ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ । ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା କରୁଥିବାରୁ ସ୍ବାସ୍ଥ୍ୟ ପରୀକ୍ଷା ପରେ ଡିସଚାର୍ଜ କରାଯାଇଛି ।ତେବେ ନବୀନ ଏବେ ଓଡ଼ିଶା ଫେରିବେ ନାହିଁ । ସେ ଏକ ସପ୍ତାହ ମୁମ୍ବାଇରେ ହିଁ ରହିବେ । କାରଣ ସେଠାରେ ତାଙ୍କର ଭିଜିଓ ଥେରାପି ଚାଲିବ । ଏହାପରେ ସେ ଓଡ଼ିଶା ଫେରିବେ । ସୂଚନାମୁତାବକ ସର୍ଭାଇକାଲ ଆର୍ଥ୍ରାଇଟିସ ସର୍ଜରୀ ପାଇଁ ଜୁନ ୨୦ରେ ମୁମ୍ବାଇ ଗସ୍ତ କରିଥିଲେ ନବୀନ। ନବୀନଙ୍କ ଅପରେସନ ପାଇଁ ରାଜ୍ୟବ୍ୟାପୀ ଲୋକମାନେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ। ବିଭିନ୍ନ ମନ୍ଦିର ଓ ଦେବାଳୟରେ ହୋଇଥିଲା ପୂଜାର୍ଚ୍ଚନା ଓ ଦୀପଦାନ। ୨୨ ତାରିଖରେ ହୋଇଥିଲା ଅପରେସନ। ସର୍ଜରୀ କରିଥିଲେ ପ୍ରସିଦ୍ଧ ସ୍ପାଇନ ସର୍ଜନ ଡାକ୍ତର ରାଜଶେଖର ଓ ଟିମ।
