ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ ନକରି ଅଡୁଆରେ ଗଣଶିକ୍ଷା ସଚିବ। ଗଣଶିକ୍ଷା ସଚିବଙ୍କୁ ବ୍ୟକ୍ତିଗତ ହାଜର ପାଇଁ ନିର୍ଦ୍ଦେଶ । ଗଣଶିକ୍ଷା ନିର୍ଦ୍ଦେଶକ ଓ କେନ୍ଦୁଝର ଡିଇଓଙ୍କୁ ବି ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଫେବ୍ରୁଆରୀ ୧୩ରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଛନ୍ତି । ପୂର୍ବ ଆଦେଶ କାର୍ଯ୍ୟକାରୀ ହୋଇଥିଲେ, ହାଜିରା ଅନାବଶ୍ୟକ । ଅନୁକମ୍ପାମୂଳକ ନିଯୁକ୍ତି କ୍ଷେତ୍ରରେ ହୋଇଛି ଅଦାଲତ ଅବମାନନା ।
