ହାଇକୋର୍ଟରୁ ନିରାଶ ହେଲେ ହଂସିତା ।

ହାଇପ୍ରୋଫାଇଲ ଠକ ଦମ୍ପତ୍ତି ହଂସିକା- ଅନିଲ ଗିରଫ ମାମଲା। ହାଇକୋର୍ଟରୁ ନିରାଶ ହେଲେ ହଂସିକା। ସ୍ୱାମୀଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ କରିଥିଲେ ଅନ୍ତରୀଣ ଜାମିନ ଆବେଦନ। ଏହି ଆବେଦନକୁ ପ୍ରତ୍ୟାହାର କରି ନେଇଥିବା ହଂସିତାଙ୍କ ଓକିଲ ଧନଞ୍ଜୟ ମୁଣ୍ଡଙ୍କ ସୂଚନା । ତେବେ ନିୟମିତ ଜାମିନ ଆବେଦନ ଶୁଣାଣି ପାଇଁ ରହିଛି ।ଏବେ ହଂସିକାଙ୍କୁ ଜେଲରେ ହିଁ ରହିବାକୁ ପଡ଼ିବ। ବର୍ତ୍ତମାନ ହଂସିକା ଝାରପଡ଼ା ଜେଲରେ ଅଛନ୍ତି।ସୂଚନାଥାଉକି, ରାଜଧାନୀରୁ ହାଇପ୍ରୋଫାଇଲ ଦଂପତ୍ତି ଅନୀଲ ଓ ହଂସିକାଙ୍କୁ ଗତ ମାସରେ ଗିରଫ କରିଥିଲା ପୋଲିସ।

ଗିରଫ ପରେ ତଦନ୍ତରୁ ସେମାନଙ୍କର କଳା ସାମ୍ରାଜ୍ୟ ବିଷୟରେ ଜଣାପଡ଼ିଥିଲା। ଆଉ ସାମ୍‌ନାକୁ ଆସିଥିଲା କିଭଳି ଏମାନେ ବଡ଼ ବଡ଼ିଆଙ୍କୁ ଟାର୍ଗେଟ କରୁଥିଲେ। ଆଉ ଡିଲ୍ କରାଇଦେବାକୁ କହି କୋଟି କୋଟି ଟଙ୍କା ଠକୁଥିଲେ ଏବଂ ସେହି ଟଙ୍କାରେ ତିଆରି କରିଥିଲେ କୋଟି କୋଟି ଟଙ୍କାର ବେନାମୀ ସାମ୍ରାଜ୍ୟ । ଏମିତିକି ନିଜକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ମୁଖ୍ୟ ପରାମର୍ଶଦାତା ପି.କେ ମିଶ୍ରଙ୍କ ଝିଅ ଓ ଜ୍ବାଇଁ ବୋଲି ପରିଚୟ ଦେଉଥିଲେ । ଏଭଳି ଏକାଧିକ ଅଭିଯୋଗ ଆସିବା ପରେ ବିଷ୍ଣୁପ୍ରିୟା ଚାନ୍ଦ ଓରଫ ହଂସିକା ଓ ତାଙ୍କ ସହଯୋଗୀ ଅନିଲ୍‌ ମହାନ୍ତିଙ୍କୁ ଗିରଫ କରିଥିଲା ପୋଲିସ।

ଅଧିକ ପଢନ୍ତୁ

kc ads