ହାଇକୋର୍ଟରେ ଜାମିନ ଆବେଦନ କଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

କଟକ,(ଓଡିଶା ଦର୍ପଣ): ଦୁଇଥର ଜାମିନ ଆବେଦନ ଖାରଜ ହେବା ପରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ବାଣପୁର ଜେଏମଏଫସି ଅଦାଲତରେ ବିଧାୟକଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି । ଫଳରେ ସେ ଜାମିନ ପାଇଁ ଗତକାଲି ହାଇକୋର୍ଟରେ ଆବେଦନ କରିଛନ୍ତି। ସୂଚନା ଥାଉକି, ମାର୍ଚ୍ଚ ୧୨ ତାରିଖ ଦିନ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ବେଳେ ବାଣପୁର ବ୍ଲକ ଅଫିସ୍‌ ସମ୍ମୁଖରେ ପ୍ରଶାନ୍ତ ଗାଡ଼ି ମଡ଼ାଇ ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ଏଥିରେ କେତେକ ଲୋକଙ୍କ ସମେତ ପୋଲିସ୍‌ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ । ଏହାପରେ ଉତ୍ୟକ୍ତ ଲୋକମାନେ ବିଧାୟକଙ୍କୁ ଗାଡ଼ିରୁ ଟାଣି ଆଣି ମାଡ଼ ମାରି ଥିଲେ। ବିଧାୟକଙ୍କୁ ମାଡମାରିବା ଅଭିଯୋଗରେ ମଧ୍ୟ ନଅ ଜଣଙ୍କୁ ପୋଲିସ ପୂର୍ବରୁ ଗିରଫ କରିଛି।

ଅଧିକ ପଢନ୍ତୁ

Odisha Darpan Digital