ହାଇକୋର୍ଟରେ ବିଷ୍ଣୁପଦଙ୍କ ଆବେଦନ ଖାରଜ।

ବହୁ ଚର୍ଚ୍ଚିତ ବ୍ରିଜ୍ ଆଣ୍ଡ ରୁଫ୍ କର୍ପୋରେସନ ଲିମିଟେଡ୍ ସମ୍ପର୍କିତ ଲାଞ୍ଚ ମାମଲାରେ ଗିରଫ ହୋଇପାରନ୍ତି IAS ବିଷ୍ନୁପଦ ସେଠୀଙ୍କ ଅଡୁଆ ବଢିଲା। ବିଷ୍ନୁପଦଙ୍କ ଆବେଦନ ଖାରଜ କଲେ ଓଡିଶା ହାଇକୋର୍ଟ । 10 ଲକ୍ଷ ଟଙ୍କା ଲାଞ୍ଚ ଅଭିଯୋଗରେ ବିଷ୍ନୁପଦଙ୍କ ଘରେ ଚଢ଼ାଉ କରିଥିଲା ସିବିଆଇ । ଏହାକୁ ବିରୋଧ କରି ହାଇକୋର୍ଟ ଆସିଥିଲେ ବିଷ୍ନୁପଦ । ପୂର୍ବରୁ ଏହି ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ କୋର୍ଟ।
ଓଡିଶା ବ୍ରିଜ ଆଣ୍ଡ ରୁଫ କର୍ପୋରେସନ ଲାଞ୍ଚ ମାମଲାରେ ରେଡ କରିଥିଲା CBI। CBI ରେଡକୁ ବିରୋଧ କରି ହାଇକୋର୍ଟ ଯାଇଥିଲେ ବିଷ୍ଣୁପଦ। ତା ସହିତ ପ୍ରାରମ୍ଭିକ ଶୁଣାଣିରେ କାର୍ଯ୍ୟାନୁଷ୍ଠାନ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଥିଲେ।

ଅନ୍ତରୀଣ ଅଙ୍କୁଶକୁ ହଟାଇ ଦେଇଥିବାରୁ ହାଇକୋର୍ଟ ବିଷ୍ଣୁପଦଙ୍କୁ ଗିରଫ ସମ୍ଭାବନା ବଢ଼ିଲା।

ଅଧିକ ପଢନ୍ତୁ

kc ads