ହାଇକୋର୍ଟ ଓ ରାଜ୍ୟର ସମସ୍ତ ବାର ଆସୋସିଏସନ୍‌ରେ ଚାଲିଛି ନିର୍ବାଚନ

ହାଇକୋର୍ଟ ବାର ଆସୋସିଏସନ ସହ ରାଜ୍ୟର ସମସ୍ତ ବାର୍ ଆସୋସିଏସନର ନିର୍ବାଚନ ପାଇଁ ଚାଲିଛି ମତଦାନ। ସକାଳ ସାଢେ ୭ଟା ରୁ ଆରମ୍ଭ ହୋଇଯାଇଛି ଏହି ମତଦାନ ପ୍ରକ୍ରିୟା। ହାଇକୋର୍ଟ ବାର ଆସୋସିଏସନ ସହ ରାଜ୍ୟର ସମସ୍ତ ବାର୍ ଆସୋସିଏସନର ନିର୍ବାଚନ ପାଇଁ ଭୋଟ ଦେଉଛନ୍ତି ସଦସ୍ୟମାନେ।ରାଜ୍ୟ ଆଇନଜୀବୀ ପରିଷଦ ସହ ଅନୁବନ୍ଧିତ ୧୫୮ଟି ବାର୍ ଆସୋସିଏସନ ମଧ୍ୟରୁ ୧୫୫ଟି ବାରରେ  ନିର୍ବାଚନ ଅନୁଷ୍ଠିତ ହେଉଛି। ଭିନ୍ନଭିନ୍ନ କାରଣରୁ ସୁନ୍ଦରଗଡ଼, ଉମରକୋଟ ଏବଂ ଜଟଣୀ ଓକିଲ ସଂଘକୁ ବାଦ ଦିଆଯାଇଛି। ଏହି ନିର୍ବାଚନରେ ସର୍ବମୋଟ ୩୮ ହଜାର ୮୮୩ ଜଣ ଓକିଲ ନିଜର ମତ ସାବ୍ୟସ୍ତ କରିବେ। ଦିନ ୩ଟା ପର୍ଯ୍ୟନ୍ତ ହେବ ଭୋଟ ଗ୍ରହଣ। ଏହାପରେ ତୁରନ୍ତ ଭୋଟ ଗଣତି କରାଯାଇ ଚୂଡାନ୍ତ ଫଳାଫଳ ଘୋଷଣା କରାଯିବ।ୱାନ ବାର, ୱାନ ଭୋଟ ନିୟମରେ ଚାଲିଛି ଏହି ଭୋଟିଂ ପ୍ରକ୍ରିୟା। ହାଇକୋର୍ଟ ବାର ଆସୋସିଏସନରେ ସଭାପତି, ଉପ ସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ, ସହ ସମ୍ପାଦକ, କୋଷାଧ୍ୟକ୍ଷ, ସହ ସମ୍ପାଦକ ଲାଇବ୍ରେରୀ ଓ କାର୍ଯ୍ୟନିର୍ବାହୀ ସଦସ୍ୟ ପଦବୀ ପାଇଁ ଚାଲିଛି ମତଦାନ।

ଅଧିକ ପଢନ୍ତୁ