ହାତୀଦାନ୍ତ ବେପାର ଅଭିଯୋଗରେ ୩ ଜଣ ଗିରଫ ହୋଇଛନ୍ତି । ବାଲେଶ୍ଵର ନୀଳଗିରି କୂଳଡିହା ଅଭୟାରଣ୍ୟରେ ମାଟି ତଳୁ ହାତୀର ଗଳିତ ଶବ ତସ୍କର ଖୋଳିବା ଘଟଣାରେ ଅଭିଯୁକ୍ତମାନେ ଜଣକ ପରେ ଜଣେ ଗିରଫ ହେଉଛନ୍ତି ।ଏମାନଙ୍କୁ ମିଶାଇ ମୋଟ ଅଭିଯୁକ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି । ଗିରଫ ଅଭିଯୁକ୍ତଙ୍କ ଠାରୁ ବନ ବିଭାଗ କରିବା ସହ ୩ଟି ଦାନ୍ତ ଜବତ କରିଛି ।ତେବେ ମାଟି ତଳେ ପୋତାଯାଇଥିବା ହାତୀ ହାଡ଼ ଖୋଳି ଏହାକୁ ପଲିସ୍ କରି ହାତୀଦାନ୍ତ ତିଆରି କରିବା ଭଳି ଘଟଣା ସାମ୍ନାକୁ ଆସିଥିଲା । ଏହା ପରେ ଏପର୍ଯ୍ୟନ୍ତ ୨୫ ଜଣ ଶିକାରୀ ଓ ବେପାରୀଙ୍କୁ ଏ ପର୍ଯ୍ୟନ୍ତ ଗିରଫ କରିସାରିଲେଣି ।ଦୁଇ ସପ୍ତାହ ପୂର୍ବରୁ ଏଆଇ କ୍ୟାମେରା ସହାୟତରେ ୩ ଜଣ ଶିକାରୀ ଗିରଫ ହେବା ସହ ମୃତ ଝିଙ୍କ ଓ ଜଙ୍ଗଲୀ ମୂଷା ସହିତ ବନ୍ଧୁକ ଜବତ ହୋଇଥିଲା । ତାଙ୍କ ଫୋନ ରେକର୍ଡ ଯାଞ୍ଚ କରିବା ପରେ ଅଭୟାରଣ୍ୟ ଭିତରେ ହାତୀଦାନ୍ତ ବେପାର ଘଟଣା ବନବିଭାଗ ଜାଣିବାକୁ ପାଇଥିଲା ।
