ହାତୀ ପାଖକୁ ଯାଅନି କି ସେଲ୍ଫି ନିଅନି !ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ପରାମର୍ଶ

ଦିନକୁ ଦିନ ହାତୀ ଆକ୍ରମଣରେ ମନୁଷ୍ୟଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଯାହାକି ଏକ ପ୍ରକାର ଚିନ୍ତାର କାରଣ ସାଜିଛି ।ଏନେଇ କଡ଼ା ପ୍ରତିକ୍ରୀୟା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ହାତୀ
ପାଖକୁ ନ ଯିବାକୁ ଓ ହାତୀ ସହ ସେଲ୍ଫି ନ ନେବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ବିଭିନ୍ନ ସ୍ଥାନରେ ଲୋକେ ହାତୀ ସହ ସେଲ୍ଫି ନେବା ପାଇଁ ପଛରେ ଗୋଡାଇଥାନ୍ତି । ବେଳେବେଳେ ହାତୀ କ୍ରୋଧିତ ହୋଇ ଆକ୍ରମଣ କରୁଛନ୍ତି । ତେଣୁ ହାତୀ ପାଖକୁ ଯାଆନ୍ତୁ ନାହିଁ କିମ୍ବା ସେଲ୍ଫି ନିଅନ୍ତୁନି । ବିଭିନ୍ନ ସ୍ଥାନ ରେ ମୋବାଇଲ ଧରି ହାତୀ ପଛରେ ଗୋଡ଼ାଇବା ଚିତ୍ର ସାମ୍ନା କୁ ଆସୁଛି। ହାତୀ ଆସିଲେ ମାଇକ ଯୋଗେ ସଚେତନ କରାଯାଉଛି |ରାଜ୍ୟରେ 1800 ଜାଗା ରେ 2300 ରୁ ଅଧିକ ହାତୀ ଅଛନ୍ତି। ଅଧିକ ହାତୀ ଙ୍କୁ ମ୍ୟାନେଜ ପାଇଁ କେନ୍ଦ୍ରୀୟ ଅଧିକାରୀ ଙ୍କ ସହ ଆଲୋଚନା ହେବ। ସ୍ଥାନୀୟ ବିଧାୟକ ଓ ସାଂସଦ ଙ୍କ ସହ ଆଲୋଚନା ସରିଛି। ଜଙ୍ଗଲ ପରିସୀମା ବଢ଼ାଇବାକୁ ଯୋଜନା କରାଯାଉଛି। ବାଉଁଶ ସହ ହାତୀ ଖାଦ୍ୟ ଜଙ୍ଗଲ ରେ ଲଗାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି।

ଅଧିକ ପଢନ୍ତୁ