ହାଲୁକା ଯାନ ଲାଇସେନ୍ସରେ ଭାରୀଯାନ ଚଳାଇବାର ଅନୁମତି

ବ୍ୟବସାୟିକ ଯାନର ଡ୍ରାଇଭରମାନଙ୍କ ପାଇଁ ସୁପ୍ରିମକୋର୍ଟ ଆଶ୍ୱସ୍ତି ଆଣିଛନ୍ତି। ହାଲୁକା ମୋଟରଯାନ (ଏଲ୍‌ଏମ୍‌ଭି) ଡ୍ରାଇଭିଂ ଲାଇସେନ୍ସଧାରୀମାନେ ବିନା ଲୋଡିଂରେ ପରିବହନ ଯାନ ଚଳାଇପାରିବେ ବୋଲି ସର୍ବୋଚ୍ଚ ଅଦାଲତ ବୁଧବାର ଅନୁମତି ପ୍ରଦାନ କରିଛନ୍ତି। ମୁଖ୍ୟ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ୪ ଜଣିଆ ସାମ୍ବିଧାନିକ ପୀଠ ଉପରୋକ୍ତ ରାୟ ଶୁଣାଇଛନ୍ତି। ଫଳରେ ଲାଇସେନ୍ସ ନିୟମାବଳୀରେ ସ୍ବଚ୍ଛତା ଆସିବା ସହ ଦୁର୍ଘଟଣା କ୍ଷେତ୍ରରେ ଚାଳକଙ୍କ ଲାଇସେନ୍ସ ଉପରେ ଆଧାର କରି ବୀମା କମ୍ପାନୀ କ୍ଷତିପୂରଣକୁ ପ୍ରତ୍ୟାଖ୍ୟାନ କରିବା ବନ୍ଦ ହେବ।

ଏହି ବିଷୟ ଲମ୍ବା ସମୟ ଧରି ବିବାଦୀୟ ହୋଇ ରହିଥିଲା। ବୀମା କମ୍ପାନୀ ଆରୋପ କରିଥିଲେ ଯେ, ବୀମା ଦୁର୍ଘଟଣା ଦାବି ଟ୍ରିବ୍ୟୁନାଲ ଏବଂ ଅଦାଲତ ହାଲୁକା ଯାନ ଲାଇସେନ୍ସକୁ ନେଇ ସେମାନଙ୍କ ଅଭିଯୋଗକୁ ଅଣଦେଖା କରିବା ସହ ବୀମା ଦାବି ପ୍ରଦାନ କରିବାକୁ ନିର୍ଦେଶ ଦେଇ ଆସୁଥିଲେ। ଏଥିସହ ଶୁଣାଣି ସମୟରେ ଅଦାଲତ ବୀମାଧାରୀଙ୍କ ସପକ୍ଷରେ ଦୃଷ୍ଟିକୋଣ ରଖୁଥିଲେ।

ଅଧିକ ପଢନ୍ତୁ

Odisha Darpan Digital