ପୁରୀର ତାଳବଣିଆଠାରେ ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୫ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ୬ ଲକ୍ଷ ରାସନ କାର୍ଡ ବାଣ୍ଟିବା ସହିତ ଷଷ୍ଠ ପର୍ଯ୍ୟାୟରେ ସୁଭଦ୍ରା ଯୋଜନାର ୨ ଲକ୍ଷରୁ ଅଧିକ ନୂତନ ହିତାଧିକାରୀଙ୍କୁ ୨୦୦ କୋଟିର ସିଧାସଳଖ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।ତେବେ ଏହି ସଭାରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ଅବସରରେ କହିଛନ୍ତି ଯେ, ମହିଳା ସଶକ୍ତ ହେଲେ, ବ୍ୟବସ୍ଥା ସୁଦୃଢ଼ ହେଲେ ଦେଶର ବିକାଶ ହେବ।ଏହି ଷଷ୍ଠ ପର୍ଯ୍ୟାୟରେ, ଯେଉଁ ମହିଳାମାନେ ମାର୍ଚ୍ଚ ୩୧ ସୁଦ୍ଧା ଆବେଦନ କରିଛନ୍ତି ଏବଂ ଯୋଗ୍ୟ ବିବେଚିତ ହୋଇଛନ୍ତି, ସେମାନେ ଏହି ଆର୍ଥିକ ସହାୟତା ପାଇବେ। ପ୍ରତ୍ୟେକ ହିତାଧିକାରୀଙ୍କୁ ଏକ ସୁଭଦ୍ରା କାର୍ଡ (ଏଟିଏମ-କମ୍-ଡେବିଟ୍ କାର୍ଡ) ମଧ୍ୟ ପ୍ରଦାନ କରାଯାଉଛି, ଯାହା ସେମାନଙ୍କର ଆର୍ଥିକ କାରବାରକୁ ସହଜ କରିବ।
ସୂଚନାଯୋଗ୍ୟ ଯେ ସୁଭଦ୍ରା ଯୋଜନାରେ ୧ କୋଟି ୬୫ ହଜାର ୮୭୭ ଜଣ ମହିଳା ପ୍ରଥମ କିସ୍ତି ଟଙ୍କା ପାଇଛନ୍ତି। ସେହିପରି ୯୮ ଲକ୍ଷ ୮୨ ହଜାର ୯୨ ଜଣ ମହିଳା ଦ୍ୱିତୀୟ କିସ୍ତି ଟଙ୍କା ପାଇଛନ୍ତି।