ହିନ୍ଦୁମାନେ ୪ ଛୁଆ ଜନ୍ମ କରନ୍ତୁ: ନବନୀତ ରାଣା

ବିଜେପି ନେତ୍ରୀ ତଥା ପୂର୍ବତନ ସାଂସଦ ନବନୀତ ରାଣା ହିନ୍ଦୁ ସମ୍ପ୍ରଦାୟକୁ ଅତି କମରେ ତିନିରୁ ଚାରୋଟି ସନ୍ତାନ ଜନ୍ମ କରିବାକୁ ନିବେଦନ କରିଛନ୍ତି।ସେ କହିଛନ୍ତି ଯେ କିଛି ଲୋକ ବହୁ ସଂଖ୍ୟକ ସନ୍ତାନ ଜନ୍ମ କରି ଭାରତକୁ ପାକିସ୍ତାନରେ ପରିଣତ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି, ତେଣୁ ହିନ୍ଦୁମାନେ ଗୋଟିଏ ସନ୍ତାନରେ ସନ୍ତୁଷ୍ଟ ହେବା ଉଚିତ୍ ନୁହେଁ। ସେ ଅମରାବତୀରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଏହି ଭଳି କହିଥିଲେ। ପରେ ତାଙ୍କର ମନ୍ତବ୍ୟ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବା ସହ ସାମ୍ପ୍ରଦାୟିକ ବିତର୍କ ସୃଷ୍ଟି କରୁଛି।

ଅଧିକ ପଢନ୍ତୁ