ହୀରାକୁଦରେ ଆରଂଭ ହେଲା ପକ୍ଷୀଗଣନା, ୩୨ଟି ଟିମ କରିବେ ପକ୍ଷୀ ଗଣନା

ହୀରାକୁଦ ଜଳଭଣ୍ଡାରରେ ଆରମ୍ଭ ହୋଇଛି ପକ୍ଷୀ ଗଣନା । ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ଏହି ପକ୍ଷୀ ଗଣନା ଆରମ୍ଭ ହୋଇଛି । ହୀରାକୁଦର ୫୦୦ ବର୍ଗ କିଲୋମିଟର ମଧ୍ୟରେ ପକ୍ଷୀ ଗଣନା କରାଯିବ। ଏହି ଗଣନା ପରେ ରାଜ୍ୟ ବାହାରୁ କେତେ ପକ୍ଷୀ ଆସିଛନ୍ତି ଏବଂ ହୀରାକୁଦରେ ମୋଟ କେତେ ପକ୍ଷୀ ରହିଛନ୍ତି ତାହା ଜଣାପଡ଼ିବ। ଆସନ୍ତାକାଲି ହୀରାକୁଦରେ​‌ ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୩୨ଟି ଟିମ ପକ୍ଷୀ ଗଣନା କରିବେ। ୩୩ଜଣ ପକ୍ଷୀ ବିଶେଷଜ୍ଞଙ୍କ ସହ ମୋଟ ୭୮ଜଣ ଟିମରେ ସାମିଲ ହୋଇଥିବା ଜଣାଯାଇଛି।ହୀରାକୁଦ ଓ୍ବାଇଲ୍ଡ ଲାଇଫ ଡିଭିଜନ ପକ୍ଷରୁ ସମ୍ବଲପୁର, ଝାରସୁଗୁଡା ଓ ଛତିଶଗଡ ସଂଲଗ୍ନ ଜଳଭଣ୍ତାରରେ ପକ୍ଷୀ ଗଣନା ଚାଲିଛି। ହୀରାକୁଦ ଡ୍ୟାମ ନିକଟରୁ ଛତିଶଗଡ ସୀମାନ୍ତ ପର୍ଯ୍ୟନ୍ତ ଗଣନା କରାଯିବ। ବିଭିନ୍ନ ସ୍ଥାନରେ ପକ୍ଷୀ ଗଣନା ଅନୁସାରେ, ଚଳିତବର୍ଷ ଭିତରକନିକା ଜାତୀୟ ଉଦ୍ୟାନରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି।

ଗତବର୍ଷ ଭିତରକନିକାକୁ ୧ ଲକ୍ଷ ୩୯ ହଜାର ୯୫୯ଟି ପକ୍ଷୀ ଆସିଥିବା ବେଳେ, ଏ ବର୍ଷ ୧ ଲକ୍ଷ ୫୧ ହଜାର ୪୨୧ ଆସିଛନ୍ତି। ଯାହାକି ଗତ ୧୬ ବର୍ଷ ମଧ୍ୟରେ ସର୍ବାଧିକ।ଚଳିତବର୍ଷ ୧୮୭ ପ୍ରଜାତିର ୧୧ଲକ୍ଷ ୩୭ହଜାର ୭୫୯ ପକ୍ଷୀ ଚିଲିକାରେ ଦେଖାଦେଇଛନ୍ତି ।

ଅଧିକ ପଢନ୍ତୁ

kc ads