ହୀରାକୁଦରେ ଆରମ୍ଭ ହେବ ଅତିରିକ୍ତ ସ୍କିଲ୍ ୱେ କାମ

ପୁଣି ଥରେ ଆରମ୍ଭ ହେବ ହୀରାକୁଦ ଡ୍ୟାମର ବାମ ଡାଇକରେ ନିର୍ମାଣାଧୀନ ଅତିରିକ୍ତ ସ୍କିଲ୍ ୱେ କାମ । ତଳମୁଣ୍ଡରେ ଧନଜୀବନ ରକ୍ଷା, ଉଭିଦ ଓ ଜୀବଜନ୍ତୁ ଓ ନଦୀର ସୁରକ୍ଷା ନେଇ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ୯ଜଣିଆ ଟିମ୍ ହୀରାକୁଦ ଗସ୍ତ କରି ହୀରାକୁଦ ଅତିରିକ୍ତ ସ୍ପିଲ ଓ୍ବେ ଅଂଚଳ, ବିସ୍ଥାପିତ ହେବାକୁ ଥିବା ଅଂଚଳ, ସାଇଫନ ଅଂଚଳ ବୁଲିଦେଖିଛନ୍ତି । ଏଥିପାଇଁ ୮୪୪ କୋଟି ଟଙ୍କା ଖର୍ଚ୍ଚ ହେବ |ହୀରାକୁଦ ବାମ ପଟରେ ଅତିରିକ୍ତ ସ୍ପିଲ୍ ୱେ ନିର୍ମାଣ ହେବ । ତେବେ ତଳମୁଣ୍ଡରେ ଧନଜୀବନ ରକ୍ଷା, ଉଭିଦ ଓ ଜୀବଜନ୍ତୁ ଓ ନଦୀର ସୁରକ୍ଷା ନେଇ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।ଜଳ, ସ୍ଥଳ ଏବଂ ଆକାଶ ମାର୍ଗରେ ସର୍ଭେ କରି ଫାଟ ଓ ଅନ୍ୟ ସଙ୍କଟଜନକ ପରିସ୍ଥିତି ପାଇଁ ଚିହ୍ନଟ ତଥା ଏହାର ପୁନରୁଦ୍ଧାର ପାଇଁ ୩୨ କୋଟି ଖର୍ଚ୍ଚ କରାଯିବ । ହୀରାକୁଦ ଡ୍ୟାମର ଓ ପ୍ରସ୍ତାବିତ ଅତିରିକ୍ତ ସ୍କିଲ୍ ୱେ ଗେଟ ଗୁଡିକର ସ୍ବୟଂଚାଳିତ ବ୍ୟବସ୍ଥା କରିବାକୁ ୧୫୦ କୋଟି ଟଙ୍କା ଅର୍ଥ ବ୍ୟୟବରାଦ ହୋଇଛି ।

ଅଧିକ ପଢନ୍ତୁ