ମହାନଦୀରେ ବନ୍ୟା ଆଶଙ୍କା । ହୀରାକୁଦ ପାଣି ଛାଡିବା ପରେ ନଦୀରେ ଅଢେଇ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ସେଥିପାଇଁ ୧୦ ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି SRC । ହୀରାକୁଦ ଜଳଭଣ୍ଡାରକୁ ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବେଶ କରୁଛି। ହୀରାକୁଦ ଜଳଭଣ୍ଡାରର ସ୍ଥିତିକୁ ନଜର ରଖି ଆଜି ସକାଳେ ପୁଣି ଚାରିଟି ଗେଟ୍ ଖୋଲି ଦିଆଯାଇଛି। ହୀରାକୁଦ ଜଳଭଣ୍ଡାର ପକ୍ଷରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି। ଏହାଫଳରେ ଏବେ ମୋଟ୍ ୨୦ଟି ଗେଟ୍ ଖୋଲାଯାଇଛି। ଏଥିମଧ୍ୟରୁ ବାମପଟେ ୧୩ଟି ଓ ଡାହାଣ ପଟେ ୭ଟି ଗେଟ୍ ଖୋଲାରହିଛି।ଏବେ ଜଳଭଣ୍ଡାରର ଜଳସ୍ତର ରହିଛି ୬୨୬.୩୩ ଫୁଟ। ଜଳଭଣ୍ଡାରକୁ ପ୍ରବେଶ କରୁଛି ୨ ଲକ୍ଷ ୯୪ ହଜାର ୮୫୮ କ୍ୟୁସେକ ଜଳ । ନିଷ୍କାସିତ ହେଉଛି ୨ଲକ୍ଷ ୯୪ ହଜାର ୮୫୮ କ୍ୟୁସେକ ଜଳ ।
