ହୀରାକୁଦରେ ଖୋଲିଲା ଆଉ ୬ଗେଟ୍‌‌; ଫୁଲୁଛି ମହାନଦୀ

ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୬ ଗେଟ୍। ମୋଟ ୧୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ବାମ ପାର୍ଶ୍ଵରେ ୯ଟି ଏବଂ ଦକ୍ଷିଣ ପାର୍ଶ୍ଵରେ ୫ଟି ଗେଟ୍ ଖୋଲା ରହିଛି। ଜଳ ଭଣ୍ଡାରରୁ ଗେଟ ଖୋଲିବା ପରେ ମହାନଦୀରେ ବଢିଛି ଜଳସ୍ତର। କଟକର ମୁଣ୍ଡଳୀଠାରେ ୫.୭୮ ଲକ୍ଷ୍ୟ କ୍ୟୁସେକ ବନ୍ୟାଜଳ ନିଷ୍କାସିତ ହେଉଛି।

ମହାନଦୀ ଅବବାହିକାରେ ଥିବା ୧୦ଟି ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। ସକାଳ ୬ଟା ସୁଦ୍ଧା ଜଳଭଣ୍ଡାର ମଧ୍ୟକୁ ୨ ଲକ୍ଷ ୮୬ ହଜାର ୧୩୬ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୧ ଲକ୍ଷ ୫୭ ହଜାର ୭୪୩ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ସମ୍ବଲପୁର, ସୋନପୁର, ନୟାଗଡ, ଅନୁକୁଳ, ବୌଦ୍ଧ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡା। ବିଶେଷ କରି ଏହି ସବୁ ଜିଲାର ତଳିଆ ଅଞ୍ଚଳରେ ରହୁଥିବା ଲୋକମାନେ ସତର୍କ ରହିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଅଧିକ ପଢନ୍ତୁ

kc ads