ହୀରାକୁଦର ୧୪ ଫାଟକ ଦେଇ ଜଳ ନିଷ୍କାସନ

ହୀରାକୁଦ ଜଳଭଣ୍ଡାରରେ ବର୍ତ୍ତମାନ ଜଳସ୍ତର ୬୧୦ ଫୁଟ୍‌ରୁ ଅଧିକ ରହିଛି । ଡ୍ୟାମ୍‌ ଭିତରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୭୪ ହଜାରରୁ ଜଳ ପ୍ରବେଶ କରୁଥିବା ବେଳେ ୨ ଲକ୍ଷ ୪୬ ହଜାର ୭୬୫ ଜଳ ନିଷ୍କାସିତ ହେଉଛି । ମୁଖ୍ୟବନ୍ଧରୁ ୨,୦୭,୯୫୬ କ୍ୟୁସେକ, ପାୱାର କେନାଲରେ ୩୫,୨୧୯ କ୍ୟୁସେକ, ଶିଳ୍ପ ବ୍ୟବହାର ପାଇଁ ୨୭୫ କ୍ୟୁସେକ ଏବଂ କେନାଲରେ ୩୪୬୮ କ୍ୟୁସେକ ଜଳ ନିଷ୍କାସନ କରାଯାଇଛି। ଖଇରମାଲ ଗଜ୍ ଷ୍ଟେସନରେ ୩,୪୫,୦୦୦ କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବାବେଳେ ବାରମୁଲରେ ୧,୭୯,୭୫୦ ଓ ମୁଣ୍ଡଲିରେ ୧,୭୮,୩୪୪ କ୍ୟୁସେକ ଜଳ ପ୍ରବାହିତ ହେଉଛି।ସୂଚନାଯୋଗ୍ୟ ଯେ, ୨୮ ଜୁଲାଇରେ ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡାଯାଇଥିଲା ।

ପ୍ରଥମେ ୭ ନମ୍ବର ଗେଟ୍‌ ଦେଇ ଜଳ ନିଷ୍କାସନ ହୋଇଥିଲା । ଆଉ ପରେ ପର୍ଯ୍ୟାୟକ୍ରମରେ ଅନ୍ୟ ସବୁ ଗେଟ୍‌ ଖୋଲିଥିଲା । ଉପରମୁଣ୍ଡରେ ପ୍ରବଳ ବର୍ଷା ଲାଗି ମୋଟ ୨୦ଟି ଗେଟ୍‌ ଖୋଲାଯାଇଥିଲା । ଆଉ ଧୀରେ ଧୀରେ ସେହି ସବୁ ଗେଟ୍‌କୁ ଏବେ ବନ୍ଦ କରାଯାଉଛି । ହେଲେ ମଙ୍ଗଳବାର ସକାଳ ସୁଦ୍ଧା ୧୪ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି ।

ଅଧିକ ପଢନ୍ତୁ