ହୀରାକୁଦ ଏକ୍ସପ୍ରେସ୍‌ ଆଂଶିକ ବାତିଲ: ବିଶାଖାପାଟଣାରୁ ଦିଲ୍ଲୀ ଯାଏଁ ଚାଲିବ ଏହି ଟ୍ରେନ ।

ଯୁଦ୍ଧ ପରିସ୍ଥିତି ପାଇଁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ । ହୀରାକୁଦ ଏକ୍ସପ୍ରେସ ଆଂଶିକ ବାଧାପ୍ରାପ୍ତ । ଅମୃତସର ଯାଏଁ ଗଡବନି ହୀରାକୁଦ ଏକ୍ସପ୍ରେସ ।ଏହି ଟ୍ରେନ୍‌ କେବଳ ବିଶାଖାପାଟଣାରୁ ଦିଲ୍ଲୀ ଯାଏଁ ଚାଲିବ। ବିଶାଖାପାଟଣା-ଅମୃତସର ହୀରାକୁଦ୍ ଏକ୍ସପ୍ରେସ୍ (୨୦୮୦୭) ସପ୍ତହରେ ୩ ଦିନ (ମଙ୍ଗଳବାର, ଶୁକ୍ରବାର ଓ ଶନିବାର) ପରିଚାଳିତ ହୋଇଥାଏ। ଏହି ଟ୍ରେନ୍ ବିଶାଖାପାଟଣା ଠାରୁ ଅମୃତସର ମଧ୍ୟରେ ୪୪ଟି ଷ୍ଟେସନରେ ଅଟକି ଥାଏ। ପୂର୍ବତଟ ରେଳପଥ ଦ୍ବାରା ପରିଚାଳିତ ଏହି ଟ୍ରେନ୍ ପାଇଁ ଓଡ଼ିଶାରେ ବ୍ରହ୍ମପୁର, ଛତ୍ରପୁର, ବାଳୁଗାଁ, ଖୋର୍ଦ୍ଧାରୋଡ୍, ଭୁବନେଶ୍ବର, ଢେଙ୍କାନାଳ, ତାଳଚେର, ଅନୁଗୁଳ, ରେଢ଼ାଖୋଲ, ସମ୍ବଲପୁର ସିଟି, ଝାରସୁଗୁଡ଼ାରୋଡ୍ ଓ ବ୍ରଜରାଜନଗର ଷ୍ଟେସନ୍‌ରେ ରହିଣୀ ବ୍ୟବସ୍ଥା ରହିଛି। ସେହିପରି ପାକିସ୍ତାନ ସୀମାବର୍ତ୍ତୀ ଅଞ୍ଚଳ ଜାମ୍ମୁ କାଶ୍ମୀର, ପଞ୍ଜାବ ସୀମାରେ ରାତିରେ କୌଣସି ଟ୍ରେନ ଚଳାଚଳ କରିବନି । ଅମୃତସର, ଭଟିଣ୍ଡା, ଫିରୋଜପୁର, ଜମ୍ମୁ ଭଳି ସ୍ଥାନରେ ରାତିରେ ଯାଉଥିବା ଟ୍ରେନର ସୂଚୀରେ ପରିବର୍ତ୍ତନ ହୋଇଛି । ଏହି ସବୁ ଟ୍ରେନ ଦିନରେ ଚଳାଚଳ କରିବ ।

ଅଧିକ ପଢନ୍ତୁ

Odisha Darpan Digital