ହୀରାକୁଦ ଡ୍ୟାମ ଛୁଇଁଲା ସର୍ବୋଚ୍ଚ ଜଳସ୍ତର

ମ୍ୟାଜିକ୍ ନମ୍ବର ଛୁଇଁଲା ହୀରାକୁଦର ଜଳସ୍ତର। ଚଳିତ ବର୍ଷ ପ୍ରଥମ କରି ହୀରାକୁଦ ଜଳସ୍ତର ସର୍ବୋଚ୍ଚ ସୀମା ଛୁଇଁଛି। ଶନିବାର ସକାଳ ୯ଟା ପରେ ଜଳସ୍ତର ମ୍ୟାଜିକ ନମ୍ବର ୬୩୦ ଫୁଟ ଛୁଇଁଛି। ଏବେ ଡ୍ୟାମ୍ ମଧ୍ୟକୁ ସେକେଣ୍ଡକୁ ୫୬ ହଜାର ୩୯୨ ଘନଫୁଟ୍ ଜଳ ପ୍ରବେଶ କରୁଛି ଓ ୩୭ ହଜାର ୩୩୪ ଘନଫୁଟ ଜଳ କେନାଲ, ଶିଳ୍ପ ଏବଂ ପାୱାର୍ ଦେଇ ନିଷ୍କାସିତ ହେଉଛି।ଉପର ମୁଣ୍ଡରେ ଜଳ ପ୍ରବେଶ ପରିମାଣ କମୁଥିବାରୁ ଓ ବର୍ଷାର ସମ୍ଭାବନା ନ ଥିବାରୁ ଚିନ୍ତାଜନକ ସ୍ଥିତି ଏବେ ଯାଏଁ ଉପୁଜିନି। ଯଦି ଜଳ ପ୍ରବେଶ ପରିମାଣ ବଢ଼େ ତାହେଲେ ପୁଣି ଗେଟ୍ ଖୋଲାଯାଇପାରେ ବୋଲି ମୁଖ୍ୟ ଯନ୍ତ୍ରୀ କହିଛନ୍ତି।ଆଗକୁ ମୌସୁମୀ ଅବଧି ସରିବାକୁ ଥିବା ବେଳେ ରୁଲ କର୍ଭ ଅନୁଯାୟୀ ସେପ୍ଟେମ୍ବର ଶେଷ ସୁଦ୍ଧା ଜଳସ୍ତରକୁ ସର୍ବୋଚ୍ଚ ସ୍ତରରେ ରଖିବାକୁ ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ। ବର୍ତ୍ତମାନ ସମସ୍ତ ଗେଟ୍ ବନ୍ଦ ରହିଛି |

ଅଧିକ ପଢନ୍ତୁ