ହୀରାକୁଦ୍କୁ ନେଇ ତୁ ତୁ ମେଁ ମେଁ । ହୀରାକୁଦରେ ଅଳ୍ପ କିଛି ଫାଟ ସରକାରଙ୍କ ନଜରକୁ ଆସିଛି । ଫାଟ ଗୁଡିକ କଂକ୍ରିଟର ଉପରିସ୍ଥ ଭାଗରେ ରହିଛି । ଏହି ଫାଟ ଗୁଡ଼ିକ ଡେଡ୍ ଓ ଇନ୍ ଅକ୍ଟିଭ ଥିବା ଉତ୍ତରରେ କହିଛନ୍ତି ମୋହନ ମାଝୀ । ସିଏସ୍ଏମଆରଏସ୍ ସଂସ୍ଥା ଏହି ଫାଟର ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିଛି । ଫାଟ ଗୁଡିକର ମରାମତି ପାଇଁ ସର୍ଭେ କରାଯିବ। ଏଥିପାଇଁ କ୍ୟାବିନେଟ ସ୍ବୀକୃତି ମିଳିଛି । ଅନ୍ୟପକ୍ଷେ ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ କି, ହୀରାକୁଦରେ ସୁକାସୋଢା ଶୁଖିଗଲାଣି, ସେଠାରେ କିଛି ବ୍ୟାରେଜ୍ ନିର୍ମାଣ କରିବା ପାଇଁ ସରକାର ଯୋଜନା କରିଛନ୍ତି କି ?
ଯାହାର ଉତ୍ତର ଦେଇ ପୂର୍ବ ସରକାରଙ୍କୁ ଘେରିଥିଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ପ୍ରସନ୍ନ ଆଚାର୍ଯ୍ୟଙ୍କ ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ, ଛତିଶଗଡ଼ରେ ଯେଉଁ ଡ୍ୟାମ୍ ହୋଇଛି । ତାକୁ ନେଇ ବିଧାନସଭାରେ ଅନେକ ଥର ଆଲୋଚନା ହୋଇଛି । ମୁଁ ୨୪ ବର୍ଷର ପ୍ରସଙ୍ଗକୁ ଆଉ ଦୋହରାଇବାକୁ ଚାହୁଁନି। କିନ୍ତୁ ଆପଣମାନେ ଗତ ୨୪ ବର୍ଷରେ କେତୋଟି ଡ୍ୟାମ ତଳ ମୁଣ୍ଡରେ କରିଥିଲେ, ତାର ତଥ୍ୟ ବର୍ତ୍ତମାନର ବିରୋଧୀ ଦଳ ନେତା ତଥା ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଥିବ। କିମ୍ବା ନିଜକୁ ନିଜେ ପଚାରନ୍ତୁ। ଗତ ୮ ମାସ ଭିତରେ ଅନେକ ନୂଆ ପ୍ରକଳ୍ପ ପାଇଁ ଯୋଜନା କରି ଡିପିଆର ପ୍ରସ୍ତୁତ କରୁଛୁ ।