ହୁଣ୍ଡି ସ୍ଥାନାନ୍ତର ପରେ ଆରମ୍ଭ ହେବ ଧାଡ଼ି ଦର୍ଶନ:ପୃଥ୍ୱୀରାଜ ହରିଚନ୍ଦନ

ହୁଣ୍ଡି ସ୍ଥାନାନ୍ତର ପରେ ଆରମ୍ଭ ହେବ ଧାଡ଼ି ଦର୍ଶନ । ଆଜି ବସିଥିବା ଶ୍ରୀମନ୍ଦିର ପରିଚାଳନା ବୈଠକରେ ହୋଇଛି ଆଲୋଚନା । ଏ ନେଇ ପରିଚାଳନା କମିଟି ସରକାରଙ୍କୁ ପ୍ରସ୍ତାବ ଦେବେ। ଏହା ପରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ହୁଣ୍ଡି ସ୍ଥାନାନ୍ତର ହେବ। ସେପ୍ଟେମ୍ବର ୧୫ସୁଦ୍ଧା ସବୁ ପ୍ରକ୍ରିୟା ସାରି ଧାଡ଼ି ଦର୍ଶନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏନେଇ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।ଅନ୍ୟପଟେ ଦୁର୍ଗାପୂଜା ପୂର୍ବରୁ ରାଜ୍ୟର ସମସ୍ତ ସହରର ରାସ୍ତା ନିର୍ମାଣ ଓ ମରାମତି କାର୍ଯ୍ୟ ଶେଷ ହେବ । ଏ ନେଇ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଆସନ୍ତା ୨୦ ତାରିଖ ପୂର୍ବରୁ ଟ୍ୱିନ୍‌ସିଟି ସମେତ ସବୁ ସହରାଞ୍ଚଳ ରାସ୍ତା ମରାମତି ଶେଷ ହେବ । ଏହାସହ ଆସନ୍ତା ୬ରେ ଋଓଉଙ୍କ ଅଫିସ୍‌ରେ ବସିବ ସମନ୍ୱୟ ବୈଠକ । ଏହି ବୈଠକରେ ବିଭାଗୀୟ ମନ୍ତ୍ରୀ, ବିଧାୟକ, ମେୟର ଉପସ୍ଥିତ ରହିବେ ।

ଅଧିକ ପଢନ୍ତୁ