ହୋଟେଲରେ ମହିଳା କର୍ମଚାରୀଙ୍କ ହଙ୍ଗାମା

ହୋଟେଲ ଭିତରେ ମହିଳା କର୍ମଚାରୀଙ୍କ ହଙ୍ଗାମା। ମାରପିଟ୍ କଲେ ଯାହା ହାବୁଡ଼ରେ ପଡ଼ିଲା ଭାଙ୍ଗିଲେ। ଫୁଲ କୁଣ୍ଡ ଠାରୁ ଆରମ୍ଭ କରି କମ୍ପ୍ୟୁଟର ଯାଏଁ ସବୁ କିଛି ଭାଙ୍ଗି ଗୁଣ୍ଡ କରିଦେଲେ। ଏପରିକି ଗ୍ଲାସ୍ ଡୋର୍‌କୁ ଲୁହା ରଡରେ ଭାଙ୍ଗି ଚୁରମାର୍ କରିଦେଲେ। ଭୁବନେଶ୍ଵର ଇନଫୋସିଟି ଥାନା ଅଞ୍ଚଳରେ ଥିବା ଏକ ହୋଟେଲରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଇନଫୋସିଟି ଥାନାରେ ମାମଲା ରୁଜୁ ପରେ ତଦନ୍ତ କରୁଛି ପୋଲିସ ।ତେବେ ସମ୍ପୃକ୍ତ ମହିଳା କିଏ ଏବଂ କାହିଁକି ଏମିତି କଲେ ତାହାର ପ୍ରତିକ୍ରିୟା ମିଳିପାରି ନାହିଁ।

ଅଧିକ ପଢନ୍ତୁ

Odisha Darpan Digital