ହୋମଗାର୍ଡ ଆଶାୟୀଙ୍କୁ ଆମ୍ବୁଲାନ୍ସରେ ଗଣଦୁଷ୍କର୍ମ ଅଭିଯୋଗ

ବିହାରର ଗୟାଜୀ ଜିଲ୍ଲାରୁ ଏକ ଅତ୍ୟନ୍ତ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଗୁରୁବାର ଦିନ ହୋମଗାର୍ଡ ନିଯୁକ୍ତି ଲାଗି ଦୌଡ଼ ସମୟରେ ଜଣେ ମହିଳା ଆଶାୟୀ ଚେତାଶୂନ୍ୟ ହୋଇଯାଇଥିଲେ । ଏହା ପରେ, ତାଙ୍କୁ ହସ୍ପିଟାଲ ନେବା ସମୟରେ ଆମ୍ବୁଲାନ୍ସ ଡ୍ରାଇଭର ଏବଂ ଟେକ୍ନିସିଆନ୍ ମିଶି ମହିଳାଙ୍କୁ ଦୁଷ୍କର୍ମ କରିଥିଲେ। ଏହି ଘଟଣା ଜଣାପଡ଼ିବା ପରେ ହଇଚଇ ସୃଷ୍ଟି ହୋଇଛି । ଆମ୍ବୁଲାନ୍ସ ଡ୍ରାଇଭର ଏବଂ ଟେକ୍ନିସିଆନଙ୍କୁ ଗିରଫ କରିଛି ପୁଲିସ । ସୂଚନାମୁତାବକ ଯୁବତୀ ଜଣକ BMP-3ରେ ହୋମଗାର୍ଡ ନିଯୁକ୍ତି ପାଇଁ ଦୌଡ଼ ପରୀକ୍ଷା ଦେବାକୁ ଗୟାଜୀ ଆସିଥିଲେ। ଏହି ସମୟରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେହି ସମୟରେ ଦୁଇ ଜଣ ଯୁବକ ଆମ୍ବୁଲାନ୍ସରେ ତାଙ୍କୁ ଗଣବଳାତ୍କାର କରିଥିଲେ। ଡାକ୍ତରଙ୍କ ସୂଚନା କ୍ରମେ, ଏକ ଡାକ୍ତରୀ ଟିମ୍‌ ଗଠନ କରାଯାଇଥିଲା ଏବଂ ଯୁବତୀ ଜଣଙ୍କର ପରୀକ୍ଷା କରାଯାଇଥିଲା। ଏହା ପରେ ଘଟଣା ବିଷୟରେ ପୋଲିସକୁ ସୂଚନା ଦିଆଯାଇଥିଲା। ୨୬ ବର୍ଷୀୟା ପୀଡ଼ିତା ଇମାମଗଞ୍ଜ ଥାନା ଅଞ୍ଚଳର ବାସିନ୍ଦା। ସେ ପୋଲିସକୁ କହିଥିଲେ ଯେ, ଆମ୍ବୁଲାନ୍ସରେ ୩ରୁ ୪ ଜଣ ଲୋକ ଥିଲେ, ମୁଁ ବେହୋସ ଥିବା ବେଳେ ସେମାନେ ମୋ’ ସହିତ ଗଣବଳାତ୍କାର କରିଥିଲେ।

ଅଧିକ ପଢନ୍ତୁ

kc ads