ହୋଲିରେ କମିଛି ସୁନା ଏବଂ ରୁପା ଦର | ଆଜି ୨୪କ୍ୟାରେଟ ସୁନା ୧୦ଗ୍ରାମ ପ୍ରତି ୩ ହଜାର ୧୧୦ ଟଙ୍କା ହ୍ରାସ ଘଟି ୧ ଲକ୍ଷ ୬୪ ହଜାର ୫୧୦ ହୋଇଛି। ଗତକାଲି ଦର ୧ ଲକ୍ଷ ୬୭ ହଜାର ୬୨୦ ଟଙ୍କା ଥିଲା। ସେହିପରି ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ପ୍ରତି ୨୮୫୦ ଟଙ୍କା କମି ୧ ଲକ୍ଷ ୫୦ ହଜାର ୮୦୦ ଟଙ୍କା ହୋଇଛି। ଗତକାଲି ଦର ୧ ଲକ୍ଷ ୫୩ ହଜାର ୬୫୦ ଟଙ୍କା ଥିଲା।ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୧,୬୪,୫୧୦ ଓ ୧,୫୦,୮୦୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୮୫,୦୦୦ ଟଙ୍କା ହୋଇଛି ।
