ଆମ ସାଥୀ ଚାଟ୍ ବଟ୍ ମାଧ୍ୟମରେ ରାଜସ୍ୱ ସେବାକୁ କରାଯିବ ଅଧିକ ଲୋକାଭିମୁଖୀ । ନୂତନ OAS ଏବଂ ORS ଅଧିକାରୀଙ୍କୁ ଆମ ସାଥୀ ଚାଟ ବଟ ମାଧ୍ୟମରେ ଦିଆଯିବ ରାଜସ୍ୱ ସେବା ଏବଂ ଅଭିଯୋଗ ଶୁଣାଣି ସମ୍ପର୍କିତ ତାଲିମ । ସମସ୍ତ ତହସିଲଦାର ଓ ଅନ୍ୟାନ୍ୟ ରାଜସ୍ୱ ଅଧିକାରୀ ମଧ୍ୟ ଭିସି ଜରିଆରେ ନେବେ ତାଲିମ । ତାଲିମସହ ରାଜସ୍ୱ ପ୍ରଶାସନର ଦକ୍ଷତା ବିକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।ହ୍ବାଟ୍ସଆପ ମାଧ୍ୟମରେ ଜନସାଧାରଣ ନିଜର ସମସ୍ୟା କିମ୍ବା ଅଭିଯୋଗ ସହଜରେ ଜଣାଇବା ସହ ତହସିଲଦାର ଏବଂ ଅନ୍ୟ ସମ୍ପର୍କିତ ଅଧିକାରୀ ତାହାକୁ ଗ୍ରହଣ କରି ତ୍ଵରିତ ପଦକ୍ଷେପ ନେଇପାରିବେ । ଏ ସଙ୍କ୍ରାନ୍ତୀୟ ସମସ୍ତ ପ୍ରକିୟା ରାଜସ୍ୱ ମନ୍ତ୍ରୀ ଏବଂ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ବ୍ୟକ୍ତିଗତ ଅବଗତି ନିମନ୍ତେ ମଧ୍ଯ ଉପଲବ୍ଧ ହେବ । ଏଥିନିମନ୍ତେ ରାଜସ୍ୱ ବିଭାଗରେ ସ୍ଵତନ୍ତ୍ର କର୍ମଚାରୀ ନିଯୁକ୍ତ ହେବା ସହ ହ୍ୱାଟସଆପରେ ରାଜସ୍ୱ ସେବା ପ୍ରଦାନ ପ୍ରକ୍ରିୟା ସୁସମ୍ପାଦିତ ହେବ । ସେହିପରି ଅଭିଯୋଗ ଗ୍ରହଣ ପରେ ତ୍ଵରିତ ପଦକ୍ଷେପ ନିଆଯିବା ସହ ସମସ୍ୟା ସମାଧାନ ପରେ ଜନସାଧାରଣଙ୍କ ମତାମତ ମଧ୍ଯ ନିଆଯିବ ।
