ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ବଡ଼ କଥା କହିଦେଲେ ଗୁରୁ ପ୍ରେମଆନନ୍ଦ

ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ ଘଟଛି। ତେବେ ତାଙ୍କ ମୃତ୍ୟୁ ପରେ ଅନେକ ବାଦ ବିବାଦ ଲାଗି ରହିଛି। ତାଙ୍କ ମା’ ହ୍ୟୁମାନଙ୍କ ମୃତ୍ୟୁ ପାଇଁ ତାଙ୍କ ମ୍ୟାନେଜର, ଦିନେଶ, ପ୍ରଶାନ୍ତଙ୍କ ନାଁ ସହ ଜଣେ ମହିଳା ଗାୟିକାଙ୍କ ନାଁ ମଧ୍ୟ ନେଇଛନ୍ତି। ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ବଢୁଛି ବିବାଦ। ଏନେଇ ପ୍ରତିକ୍ରିୟା ଦେଇଛନ୍ତି ପ୍ରେମ ଆନନ୍ଦ । କହିଛନ୍ତି, ହ୍ୟୁମାନ ସାଗର ବହୁତ ସରଳ, ତାଙ୍କୁ ଇମୋସନାଲ ଟ୍ରାପ କରାଯାଉଥିଲା । ହ୍ୟୁମାନଙ୍କ ଶାରୀରିକ ଅସୁସ୍ଥତା ମୋତେ କଷ୍ଟ ଦୋଉଥିଲା । ବାରମ୍ବାର ଝିଅକୁ ଦେଖା କରିବାକୁ ଚାହୁଁଥିଲେ ହ୍ୟୁମାନ । ଝିଅକୁ ଦେଖା କରିବାକୁ କିଏ ଅଟକାଉଥିଲା ତାହାକୁ ନେଇ କରିଛନ୍ତି ପ୍ରଶ୍ନ । ହ୍ୟୁମାନଙ୍କ ମାଙ୍କୁ ଗାଳିଗୁଲଜ କରିବା ଠିକ ନୁହେଁ ।ଗୋଟିଏ ବୋଲି ପୁଅକୁ ହରାଇ ମାନସିକ ଭାରସାମ୍ୟ ହରାଇଛନ୍ତି ମାଆ । ହ୍ୟୁମାନଙ୍କ ମୃତ୍ୟୁର ତଦନ୍ତ କରାଗଲେ ସତ୍ୟାସତ୍ୟ ଜଣାପଡିବ । ସୋସିଆଲ ମିଡିଆ ଟ୍ରୋଲକୁ ବହୁତ ଡରୁଥିଲେ ହ୍ୟୁମାନ ।

ଅଧିକ ପଢନ୍ତୁ

Odisha Darpan Digital