ହ୍ୟୁମାନ୍‌ ସାଗର ମୃ୍ତ୍ୟୁ ମାମଲାର ଖୋଳତାଡ଼, ସବୁ ଅଭିଯୁକ୍ତଙ୍କୁ ହେବ ପଚରାଉଚରା

ବହୁଚର୍ଚ୍ଚିତ କଣ୍ଠଶିଳ୍ପୀ ହୁମାନ ସାଗର ମୃତ୍ୟୁ ମାମଲାରେ ବଡ଼ ଟ୍ବିଷ୍ଟ । ଯେଉଁମାନଙ୍କ ନାଁରେ ଏତଲା ହୋଇଛି ସମସ୍ତଙ୍କୁ ତଦନ୍ତ ପରିସରଭୁରକ୍ତ କରାଯିବ । ସବୁ ଅଭିଯୁକ୍ତଙ୍କୁ ହେବ ପଚରାଉଚରା । ଅତିରିକ୍ତ ଡିସିପି ଅମରେନ୍ଦ୍ର ପଣ୍ଡା ଏହି ସୂଚନା ଦେଇଛନ୍ତି ।କଟକ ADCP ଅମରେନ୍ଦ୍ର ପଣ୍ଡାଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି, ୯ ଜଣଙ୍କ ନାଁରେ ଏତଲା ଦେଇଛନ୍ତି ଶେଫାଳୀ ସୁନା। ଏତଲାକୁ ଭିତ୍ତି କରି ତଦନ୍ତ ହେବ,ବିଭିନ୍ନ ଦଫାରେ ମାମଲା ରୁଜ କରାଯାଇଛି।ସେ କହିଛନ୍ତି, ଏହି ମାମଲାରେ ସମସ୍ତ ଆଇନଗତ ପ୍ରକ୍ରିୟା ଗ୍ରହଣ କରାଯିବ । ବିଳମ୍ବରେ ଏତଲା ହୋଇ ଥିଲେ ମଧ୍ୟ ତଦନ୍ତରେ କୌଣସି ସମସ୍ୟା ହେଵ ନାହିଁ ବୋଲି ସେ କହିଛନ୍ତି ।ତଦନ୍ତରେ ପ୍ରମୁଖ ତଥ୍ୟ ପ୍ରମାଣ କୁହାଯାଉଥିବା ସିସିଟିଭି ଫୁଟେଜ୍, ବ୍ୟାଙ୍କ୍‌ର ଅର୍ଥ ଦେଣନେଣ ତଥ୍ୟ ଓ ମୋବାଇଲ୍ ଫୋନ୍ କଲ୍ ରେକର୍ଡ (ସିଡିଆର୍) ଆଣିବା ପାଇଁ ପୁଲିସ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଅଧିକ ପଢନ୍ତୁ