ହ୍ୟୁମାନ ସାଗରଙ୍କ ଭଳି ଜଣେ କଣ୍ଠଶିଳ୍ପୀଙ୍କ ଚିର ବିଦାୟ ବିବାଦୀୟ ହେବା ଅନୁଚିତ

ହ୍ୟୁମାନ ସାଗର ମୃତ୍ୟୁକୁ ନେଇ ପାଟଣାଗଡ ଥାନାରେ ଲିଖିତ ଅଭିଯୋଗ । ମ୍ୟାନେଜର ଦିନେଶ ଓ ପ୍ରଶାନ୍ତ ବେହେରାଙ୍କ ନାଁରେ ହୋଇଛି ଅଭିଯୋଗ । ଅଭିଯୋଗରେ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । କୋଶଳ ମୁକ୍ତି ମୋର୍ଚ୍ଚା ସଂଗଠନ ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି । ଅନ୍ୟପଟେ ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ପରେ ଉଠୁଥିବା ବିବାଦକୁ ନେଇ ମୁହଁ ଖୋଲିଲେ ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀକାନ୍ତ ଗୌତମ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀକାନ୍ତ ଗୌତମ କହିଛନ୍ତି, ହ୍ୟୁମାନ ସାଗରଙ୍କ ଭଳି ଜଣେ କଣ୍ଠଶିଳ୍ପୀଙ୍କ ଚିର ବିଦାୟ ବିବାଦୀୟ ହେବା ଅନୁଚିତ । ହ୍ୟୁମାନଙ୍କ ଭଳି ଜଣେ ପ୍ରତିଭାଙ୍କୁ ଆମେ ଉଚିତ୍ ସମ୍ମାନ ଦେଇ ପାରିଲେ ନାହିଁ ବୋଲି କ୍ଷୋଭର ସହ କହିଛନ୍ତି ଶ୍ରୀକାନ୍ତ । ଏହାସହ ହ୍ୟୁମାନ ବହୁତ କମ୍ ଦିନ ଭିତରେ ଯଥେଷ୍ଟ ଅଧିକ ସଫଳତା ହାସଲ କଲେ । ମାତ୍ର ସଫଳତାକୁ ହ୍ୟୁମାନ ସଠିକ୍ ଭାବେ ହ୍ୟାଣ୍ଡେଲ କରିପାରିଲେ ନାହିଁ ବୋଲି ଶ୍ରୀକାନ୍ତ କହିଛନ୍ତି ।

ଅଧିକ ପଢନ୍ତୁ