ହ୍ୟୁମାନ ସାଗରଙ୍କ ମୃତ୍ୟୁ ପଛରେ ବଡ଼ ଷଡ଼ଯନ୍ତ୍ର: ତଦନ୍ତ ପାଇଁ ଦାବି

କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ବିବାଦ ଥମିବାର ନାଁ ନେଉନାହିଁ। ମଙ୍ଗଳବାର ବଲାଙ୍ଗୀର ଏସ୍‌ପି ଅଫିସକୁ ବଲାଙ୍ଗୀର ଖ୍ରୀଷ୍ଟିଆନ ୟୁଥ୍‌ ଫୋରମ ଯାଇ ଗୁରୁତର ଅଭିଯୋଗ ଆଣିଛନ୍ତି। ଦୁଇ ମ୍ୟାନେଜର ଏବଂ ଜଣେ ମହିଳା କଣ୍ଠଶିଳ୍ପୀଙ୍କୁ ଦାୟୀ କରି ଫେରାଦ । ହ୍ୟୁମାନ ସାଗରଙ୍କ ମୃତ୍ୟୁ ଘଟଣାର ସଠିକ ତଦନ୍ତ ଦାବି କରିଛନ୍ତି । ଦାବି ପୂରଣ ନହେଲେ ସାରା ଓଡିଶାରେ ଆନ୍ଦୋଳନ ଚେତାବନୀ । ଦାବିପତ୍ର ଗ୍ରହଣ କରି ଉପଯୁକ୍ତ ତଦନ୍ତ ହେବ କହିଲେ ଅତିରିକ୍ତ ଏସ୍‌ପି । ହ୍ୟୁମାନଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ନ ଥିବା ସମୟରେ ମଧ୍ୟ ଷ୍ଟେଜ୍‌ ଶୋ’ କରିବାକୁ ତାଙ୍କୁ ବାଧ୍ୟ କରାଯାଉଥିଲା। ଅସୁସ୍ଥ ହ୍ୟୁମାନଙ୍କୁ ଜୋରଜବରଦସ୍ତ ଷ୍ଟେଜ୍‌କୁ ନେଇ ପ୍ରୋଗ୍ରାମ କରି ତାଙ୍କ ଜୀବନକୁ ବିପଦକୁ ଠେଲି ଦେଇଥିବା ସେମାନେ ଅଭିଯୋଗ କରିଛନ୍ତି। ଏପରିକି ହ୍ୟୁମାନଙ୍କ ମା’ଙ୍କୁ ମ୍ୟାନେଜର ଦିନେଶ ଯେଉଁଭଳି ଦୁର୍ବ୍ୟବହାର ପ୍ରଦର୍ଶନ କରିଛନ୍ତି, ତାକୁ ମଧ୍ୟ କଡ଼ା ଭାଷାରେ ସମାଲୋଚନା କରି ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଅଧିକ ପଢନ୍ତୁ