ହ୍ୟୁମାନ ସାଗର ମୃତ୍ୟୁ ଘଟଣାରେ ପୋଲିସର ବଡ଼ ସୂଚନା। ଏକାଧିକ ବ୍ୟକ୍ତିଙ୍କୁ ପଚରାଉଚରା କରାଯାଇଛି କହିଲେ ଏସିପି ଜୋନ୍-୩। ସେ ଆହୁରି କହିଛନ୍ତି ଯେ ଅର୍ପିତା ଚୌଧୁରୀ ଓ ସୋମେଶ ଶତପଥୀଙ୍କୁ ପଚରାଉଚରା ହୋଇଛି। ଉଭୟଙ୍କ ବ୍ୟାଙ୍କ ପାସବୁକ ଯାଞ୍ଚ ସହ ଇନ୍କମ ଟ୍ୟାକ୍ସରୁ ତଥ୍ୟ ସଂଗ୍ରହ ହୋଇଛି। ହ୍ୟୁମାନଙ୍କ ମ୍ୟାନେଜର ଦିନେଶ ବେହେରାଙ୍କୁ ପଚରାଉଚରା ହୋଇଛି। ଆର୍ଥିକ କାରବାର, ପ୍ରୋଗ୍ରାମ ବାବଦକୁ କେତେ ଟଙ୍କା ନେଉଥିଲେ ପଚାରିଛୁ। ଆବଶ୍ୟକୀୟ କାଗଜପତ୍ର ଦାଖଲ କରିବା ପାଇଁ ପୋଲିସ କହିଛି। ହ୍ୟୁମାନଙ୍କ ସମସ୍ତ ବ୍ୟାଙ୍କ ସମ୍ପର୍କିତ ତଥ୍ୟ ମାଗିଛି ପୋଲିସ। ହ୍ୟୁମାନଙ୍କ ଚିକିତ୍ସା ସମ୍ପର୍କିତ କାଗଜପତ୍ର ସଂଗୃହିତ ହୋଇଛି। ଯାହା ନାଁରେ ଅଭିଯୋଗ ଅଛି ସମସ୍ତଙ୍କୁ ପର୍ଯ୍ୟାୟକ୍ରମେ ପଚରାଉଚରା ହେବ। ସୂଚନାମୁତାବକ ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଅର୍ପିତାଙ୍କୁ ଅନ୍ତରୀଣ ସୁରକ୍ଷା ଦେଇଛନ୍ତି ହାଇକୋର୍ଟ । ସୋମେଶ ଶତପଥୀଙ୍କୁ ମଧ୍ୟ ଅନ୍ତରୀଣ ସୁରକ୍ଷା ଦେଇଛନ୍ତି । ଏହାସହ ମାମଲାରେ ହ୍ୟୁମାନଙ୍କ ମା ସେଫାଳି ସୁନାଙ୍କୁ ନୋଟିସ କରିବା ସହ ପକ୍ଷଭୁକ୍ତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଏହି ମାମଲାରେ ଆବେଦନକାରୀଙ୍କୁ ହେପାଜତକୁ ନନେବାକୁ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତକାରୀ ଟିମକୁ ତଦନ୍ତରେ ଆବେଦନକାରୀ ସହଯୋଗ କରିବେ ବୋଲି ହାଇକୋର୍ଟ କହିଛନ୍ତି ।ଫେବ୍ରୁଆରି ୧୬କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି । ସୋମେଶ ଓ ଅର୍ପିତାଙ୍କ ତରଫରୁ ଦାୟର ଆଗୁଆ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ହାଇକୋର୍ଟ।
