ୟାଟ୍‌ସ ବିଜୟୀ ଏନଏସି ହାଇସ୍କୁଲ ଛାତ୍ରଙ୍କ ଇସ୍ରୋ ପରିଭ୍ରମଣ

ନୟାଗଡ଼,(ଓଡ଼ିଶା ଦର୍ପଣ): ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଚୟନ ବା ୟାଟ୍‌ସରେ ବିଜୟୀ ହୋଇଥିବା ଏନଏସି ହାଇସ୍କୁଲର ଛାତ୍ର ପ୍ରିୟ ରଞ୍ଜନ ମିଶ୍ର ଏବଂ ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ର ଚର୍ଚ୍ଚିତ ଆହ୍ୱାନ ରାଜ୍ୟ ସରକାର ଏବଂ ଟାଟା ଷ୍ଟିଲ ପକ୍ଷରୁ ଆଜିଠାରୁ ୫ଦିନିଆ ଇସ୍ରୋ ପରଦର୍ଶନରେ ବେଙ୍ଗାଲୁର ଗସ୍ତ କରିଛନ୍ତି । ତାଙ୍କ ସହିତ ଏନଏସି ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ପୂର୍ଣ୍ଣିମା ତ୍ରିପାଠୀ ଗାଇଡ ଶିକ୍ଷୟିତ୍ରୀ ଭାବେ ଯୋଗଦାନ
କରିଛନ୍ତି । ସୂଚନା ଯୋଗ୍ୟ ଗତ ଫେବୃଆରୀ ମାସରେ ରାଜ୍ୟ ସରକାର ଏବଂ ଟାଟା ଷ୍ଟିଲ ପକ୍ଷରୁ ସମଗ୍ର ରାଜ୍ୟରେ ଅନୁଷ୍ଠିତ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଚୟନରେ ସମୁଦାୟ ୩୦ଜଣ ଛାତ୍ରଛାତ୍ରୀ ବିଜୟ ହାସଲ କରି ଇସ୍ରୋ ପରିଦର୍ଶନ ପାଇଁ ମନୋନୀତ ହୋଇଥିଲେ । ସେମାନଙ୍କ ମଧ୍ୟରେ ନୟାଗଡ଼ ଜିଲ୍ଲାରୁ ଦୁଇ ଜଣ ଛାତ୍ର ମନୋନୀତ ହୋଇ ଚଳିତ ମାସ ୨୪ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଇସ୍ରୋର ବିଭିନ୍ନ ବିଭାଗ ପରିଦର୍ଶନ କରିବେ ।

ଅଧିକ ପଢନ୍ତୁ

kc ads