ୟୁଟ୍ୟୁବ ଦେଖି ଅପରେସନ୍ କଲେ, ଚାଲିଗଲା ଜୀବନ । ଉତ୍ତରପ୍ରଦେଶ ବାରବାଙ୍କିରୁ ଏମିତି ଏକ ଖବର ଆସିଛି, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଜିଲ୍ଲାର କୋଠି ସହରରେ କିଡନୀ ଷ୍ଟୋନ ଅସ୍ତ୍ରୋପଚାର ପରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ଏକ ବେଆଇନ କ୍ଲିନିକ୍ ଚଳାଉଥିବା ଜଣେ ମାମୁ ଏବଂ ଭଣଜା ଏକ ୟୁଟ୍ୟୁବ୍ ଭିଡିଓ ଦେଖିବା ପରେ ମହିଳାଙ୍କ କିଡନୀ ଷ୍ଟୋନ ଅସ୍ତ୍ରୋପଚାର କରିଥିଲେ। ଅସ୍ତ୍ରୋପଚାର ପରେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ଘଟଣା ବିଷୟରେ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଖୋଜିବା ସହ ତଦନ୍ତ ଆରମ୍ଭ କରିଛି।ଏହି ଘଟଣା ସାମ୍ନାକୁ ଆସିବା ପରେ ମୃତକଙ୍କ ପରିବାର ସଦସ୍ୟମାନେ ମୃତଦେହକୁ ରାସ୍ତାରେ ରଖି ପ୍ରତିବାଦ କରିବା ଆରମ୍ଭ କରିଥିଲେ। ଆଉ ପ୍ରଶାସନ ପରିସ୍ଥିତିକୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲା । ମିଳିଥିବା ସୂଚନା ଅନୁସାରେ, ତେହ ବାହାଦୁର ରାୱତଙ୍କ ପତ୍ନୀ ମୁନିଶ୍ରା ରାୱତ କିଡନିରେ ଷ୍ଟୋନ୍ ହୋଇଥିଲା । ଆଉ ସେ ଚିକିତ୍ସା ପାଇଁ ଏହି କକା ପୁତୁରାଙ୍କ କ୍ଲିନିକକୁ ଯାଇଥିଲେ । ଆଉ ଅପରେସନ୍ କରିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା ।
