ୟୁନେସ୍କୋ କଳିଙ୍ଗ ପୁରସ୍କାର ବନ୍ଦ କରିବାକୁ କେନ୍ଦ୍ର ବିଜ୍ଞାନ ଓ କାରିଗର କୌଶଳ ବିଭାଗ ନିଷ୍ପତ୍ତି ନେବା ପରେ ଏହାର ପୁନର୍ବିଚାର ପାଇଁ କେନ୍ଦ୍ରକୁ ଚିଠି ଲେଖିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଏହି ପୁରସ୍କାରକୁ ପୁଣି ଚାଲୁ କରିବାକୁ କେନ୍ଦ୍ର ବିଜ୍ଞାନ ଓ କାରିଗର କୌଶଳ ମନ୍ତ୍ରୀ ଜିତେନ୍ଦ୍ର ପ୍ରସାଦଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । ୧୯୫୧ ମସିହାରେ ତତକାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ବିଜ୍ଞାନ ଓ ଗବେଷଣାକୁ ଲୋକପ୍ରିୟ କରିବାକୁ କଳିଙ୍ଗ ପୁରସ୍କାର ଦେବାକୁ ନିଷ୍ପତ୍ତି ନେଇଥିଲେ ।
ସେଥିପାଇଁ ସେତେବେଳେ ୟୁନେସ୍କୋକୁ ଏକ ହଜାର ପାଉଣ୍ଡ ପ୍ରଦାନ କରାଯାଇଥିଲା । କଳିଙ୍ଗ ପୁରସ୍କାରର ପ୍ରତିଷ୍ଠାତା ସଭାପତି ଥିଲେ ବିଜୁ ପଟ୍ଟନାୟକ । ତେବେ ପୁରସ୍କାର ରାଶି ବାବଦକୁ କେନ୍ଦ୍ର ସରକାରଙ୍କ ୬ ଭାଗ, କେନ୍ଦ୍ର ବିଜ୍ଞାନ ଓ କାରିଗର କୌଶଳ ବିଭାଗ ୪ ଭାଗ ଏବଂ କଳିଙ୍ଗ ଫାଉଣ୍ଡେସନ ୪ ଭାଗ ଅଂଶ ରହିବ ବୋଲି ନିଷ୍ପତ୍ତି ହୋଇଥିଲା । କେନ୍ଦ୍ର ବିଜ୍ଞାନ ଓ କାରିଗର କୌଶଳ ମନ୍ତ୍ରୀ ଜିତେନ୍ଦ୍ର ପ୍ରସାଦ ନିଜେ ଏହି ଘଟଣାରେ ହସ୍ତକ୍ଷେପ କରି ପୁରସ୍କାରକୁ ପୁଣି ଲାଗୁ କରିବାକୁ ଅନୁରୋଧ କରିଛନ୍ତି ନବୀନ ।