ଭାରତରେ ଡିଜିଟାଲ ପେମେଣ୍ଟ ଆମ ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଏହାକୁ ଧ୍ୟାନରେ ରଖି ସରକାର ଆରବିଆଇ ଏବଂ ଏନପିସିଆଇ ଫେବୃଆରୀ ୨୦୨୬ରୁ ନୂତନ ୟୁପିଆଇ ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି । ନୂତନ ନିୟମ ଅନୁଯାୟୀ, ୟୁପିଆଇ କାରବାର ଏବଂ ଏପିଆଇ ପ୍ରିତିକ୍ରିୟାଗୁଡିକୁ ୧୦ ସେକେଣ୍ଡ ମଧ୍ୟରେ ସମାପ୍ତ କରିବାକୁ ପଡିବ । ପୂର୍ବରୁ ଏହି ସମୟ ସୀମା ୩୦ ସେକେଣ୍ଡ ଥିଲା । ଯାହା ବିଳମ୍ବରେ ପେମେଣ୍ଟ ହେଉଥିଲା । ଏହାର ଲାଭଗୁଡିକ ମଧ୍ୟରେ ଦ୍ରୁତ ପେମେଣ୍ଟ ସମାପ୍ତି , କମ ପେଣ୍ଡିଂ କିମ୍ବା ପ୍ରକ୍ରିୟାକରଣ କାରବାର ଏବଂ ବ୍ୟସ୍ତବହୁଳ ସମୟରେ ଉନ୍ନତ ସିଷ୍ଟମ କାର୍ଯ୍ୟଦକ୍ଷତା ଅନ୍ତର୍ଭୁକ୍ତ ହେବ । ଏହା ଗ୍ରାହକ ଏବଂ ବ୍ୟବସାୟୀଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ । 2026 ପାଇଁ ନୂତନ UPI ନିୟମରେ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦିଆଯିବ । ବ୍ୟବହାରକାରୀମାନେ ସହଜରେ ସେମାନଙ୍କର ସବସ୍କ୍ରିପସନଗୁଡ଼ିକୁ ଦେଖିପାରିବେ, ପରିଚାଳନା କରିପାରିବେ ଏବଂ ବାତିଲ କରିପାରିବେ। ଏହା ଭୁଲ କଟାଉଣ୍ଟ ଏବଂ ଠକେଇର ସମ୍ଭାବନାକୁ ହ୍ରାସ କରିବ।
