ୟୁପିଏସସି ଦ୍ୱାରା ସିଭିଲ୍ ସର୍ଭିସେସ୍ ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଛି।

ସଂଘ ଲୋକ ସେବା ଆୟୋଗ(ୟୁପିଏସସି) ପକ୍ଷରୁ ମଙ୍ଗଳବାର ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା-୨୦୨୪ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ସାକ୍ଷାତକାର ରାଉଣ୍ଡରେ ସାମିଲ ହୋଇଥିବା ସମସ୍ତ ପ୍ରାର୍ଥୀ ଆୟୋଗର ଅଫିସିଆଲ୍ ୱେବସାଇଟ upsc.gov.in ଏବଂ upsconline.gov.inକୁ ଯାଇ ନିଜ ରେଜଲ୍ଟ ଦେଖିପାରିବେ। ତେବେ ଶକ୍ତି ଦୁବେ ସିଭିଲ୍ ସର୍ଭିସେସ୍ ପରୀକ୍ଷା ୨୦୨୫ର ଟପ୍ପର ହୋଇଛନ୍ତି।

ସୂଚନା ଅନୁଯାୟୀ, ଓଡ଼ିଆ ଝିଅ ରିତିକା ରଥ ୪୮ତମ ସ୍ଥାନ ହାସଲ କରିଛନ୍ତି। ଏହା ତାଙ୍କର ତୃତୀୟ ପ୍ରୟାସ ଥିଲା। ୨୪ ବର୍ଷ ବୟସ୍କା ଏହି ଯୁବତୀ ଭୁବନେଶ୍ୱରର ବାସିନ୍ଦା ହୋଇଥିଲା ବେଳେ ସେ ଦିଲ୍ଲୀରୁ ଦ୍ୱାଦଶ ଶ୍ରେଣୀ ସମାପ୍ତ କରିବା ପରେ ଆଇଆଇଏମ୍ ଇନ୍ଦୋରରୁ ମ୍ୟାନେଜମେଣ୍ଟରେ ବିଏ ଫାଉଣ୍ଡେସନ୍ କରୁଥିଲେ।ସେହିପରି ଦ୍ଵିତୀୟ ସ୍ଥାନରେ ହର୍ଷିତା ଗୋୟଲ ଓ ତୃତୀୟରେ ରହିଛନ୍ତି ଡୋଙ୍ଗ୍‌ରେ ଅର୍ଚ୍ଚିତ ପରାଗ।

ଅଧିକ ପଢନ୍ତୁ

Odisha Darpan Digital