ସଫଳ ହେଲା ଧାରଣା ମିଳିବ ବକେୟା ଅର୍ଥ । ସିଆରପି, ବ୍ୟାଙ୍କମିତ୍ର, ଏମ୍ବିକେ ଓ ପ୍ରାଣୀମିତ୍ରଙ୍କ ପାଇଁ ବଡ଼ ଖବର । ଗତବର୍ଷ ଏପ୍ରିଲରୁ ୧୦ ମାସର ବକେୟା ଦରମା ନୂଆ ସରକାର ଦେବେ। ଏନେଇ ମୁଖ୍ୟମନ୍ତ୍ରୀ ଲକ୍ଷପତି ଦିଦି ସହାୟିକା ଯୋଜନା ଘୋଷଣା କରିଛନ୍ତି। ଏଥିରୁ ୬୨ ହଜାରରୁ ଅଧିକ କମ୍ୟୁନିଟି ସପୋର୍ଟ ଷ୍ଟାଫ ଉପକୃତ ହେବେ।ସୂଚନା ଅନୁସାରେ, ରାଜ୍ୟରେ ପ୍ରାୟ ୬୨ ହଜାରରୁ ଊର୍ଦ୍ଧ୍ବ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ କାର୍ଯ୍ୟରତ ଥିବା ବେଳେ ସମାଜର ବିଭିନ୍ନ କ୍ଷେତ୍ରରେ ଏମାନେ ସେବା ଯୋଗାଉଛନ୍ତି ।
କିନ୍ତୁ ରାଜ୍ୟରେ ସରକାର ବଦଳିବା ପରେ ଏମାନଙ୍କୁ ଦରମା ମିଳୁନଥିଲା । ଯେଉଁଥିପାଇଁ ଭୁବନେଶ୍ବରର ଲୋୟର ପିଏମ୍ଜି ଛକରେ ଧାରଣ ଦେଇଥିଲେ କର୍ମୀ । ଶେଷରେ ଦୀର୍ଘ ଦିନ ପରେ ସପୋର୍ଟ ଷ୍ଟାଫଙ୍କ ଦାବୀ ଶୁଣିଛନ୍ତି ସରକାର ।କମ୍ୟୁନିଟି ସପୋର୍ଟ ଷ୍ଟାଫମାନଙ୍କ ମଧ୍ୟରେ Community Resource Person for Community Mobilization (CRP-CM), Master Book Keeper (MBK), Bank Mitra ଓ Prani Mitra ଅନ୍ତର୍ଭୁକ୍ତ ଅଟନ୍ତି l ରାଜ୍ୟରେ ମୋଟ ୬୨,୩୪୧ ଜଣ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ନିଯୁକ୍ତ କରାଯାଇଥିଲା।