୧୦୦-୧୫୦ ଗ୍ରାମକୁ ‘ମହାପୁରୁଷ ଆଦର୍ଶ’ ଗ୍ରାମରେ ରୂପାନ୍ତର ହେବ : ପଞ୍ଚାୟତିରାଜ ମନ୍ତ୍ରୀ

ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ସୋମବାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟର ୧୦୦ରୁ ୧୫୦ ଗାଁକୁ ମହାପୁରୁଷ ଆଦର୍ଶ ଗାଁ କରିବାକୁ ମନ୍ତ୍ରୀ ସୂଚନା ଦେଇଛନ୍ତି। ଏହି ଯୋଜନା ଅନ୍ତର୍ଗତ ସ୍ୱାଧୀନତା ସଂଗ୍ରାମ ସମୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସହ ଜଡିତ ଗ୍ରାମଗୁଡ଼ିକୁ ବିକଶିତ କରାଯିବ ।

ଐତିହାସିକ ଭାବରେ ଗୁରୁତ୍ୱପୂର୍ଣ୍ଣ କିନ୍ତୁ ଅବହେଳିତ ଏହି ଅଞ୍ଚଳଗୁଡ଼ିକୁ ପୁନରୁଦ୍ଧାର କରିବା ପାଇଁ ପଦକ୍ଷେପ ସ୍ବରୂପ ରାସ୍ତା, ପାନୀୟ ଜଳ, ଜଳସେଚନ, ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ସୁବିଧାର ଉନ୍ନତି ଉପରେ ଧ୍ୟାନ ପ୍ରଦାନ କରାଯିବ।ଏଥିରେ ୯ରୁ ୧୦ଟି ବିଭାଗ ମିଳିତ ଭାବେ ଗାଁର ଉନ୍ନତିରେ ସହଯୋଗ କରିବେ। ଯେତେ ବ୍ୟବସ୍ଥା ଅଛି ସବୁ ସରକାର ଯୋଗାଇ ଦେବେ ବୋଲି ମନ୍ତ୍ରୀ କହିଛନ୍ତି। ସରାକରଙ୍କ ପକ୍ଷରୁ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଖୁବ୍‌ଶୀଘ୍ର ଏହା କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।

ଅଧିକ ପଢନ୍ତୁ

kc ads