୧୦୮ ପହଞ୍ଚିବା ସମୟ କମିବ: ସ୍ୱାସ୍ଥ୍ୟ ମନ୍ତ୍ରୀ

ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଡାକ୍ତର ଅଭାବ ଏବେ ଏକ ଗୁରୁତର ଚିନ୍ତାର ବିଷୟ ପାଲଟିଛି ।ଓଡ଼ିଶାରେ ବର୍ତ୍ତମାନ ରାଜ୍ୟରେ ପ୍ରତି ୧୨୬୫ ଜଣ ଲୋକଙ୍କ ପାଇଁ ମାତ୍ର ଜଣେ ଡାକ୍ତର ଅଛନ୍ତି । ସରକାରୀ ତଥ୍ୟ ଅନୁଯାୟୀ, ରାଜ୍ୟରେ ମୋଟ ୧୫,୭୯୩ଟି ଡାକ୍ତର ପଦବୀ ମଞ୍ଜୁର ହୋଇଥିବା ବେଳେ ସେଥିରୁ ୪,୬୦୭ଟି ପଦବୀ ଖାଲି ପଡ଼ିଛି। ଏହା ବ୍ୟତୀତ ପ୍ରାୟ ୧,୪୫୯ ଜଣ ଡାକ୍ତର ଉଚ୍ଚ ଶିକ୍ଷା ପାଇଁ ଯାଇଥିବାରୁ ଚିକିତ୍ସାଳୟଗୁଡ଼ିକରେ କାର୍ଯ୍ୟଭାର ବଢୁଛି। ଅନ୍ୟପଟେ ୧୦୮ ଆମ୍ବୁଲାନ୍ସ ଠିକ ସମୟରେ ପହଞ୍ଚି ପାରୁନଥିବା ଅଭିଯୋଗ ହୋଇଛି । ଭଣ୍ଡାରୀପୋଖରୀ ବିଧାୟକ ସଂଜୀବ ମଲ୍ଲିକଙ୍କ ପ୍ରଶ୍ନରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଉତ୍ତର ରଖିଛନ୍ତି । ଗତ ୧୮ ମାସରେ ୪୨୮ଟି ନୂଆ ଆମ୍ବୁଲାନ୍ସ ଦେଇଛନ୍ତି ରାଜ୍ୟ ସରକାର । ମାତ୍ର ୩୦ ମିନିଟରେ ୧୦୮ ଆମ୍ବୁଲାନ୍ସ ପହଞ୍ଚିବାର ନିୟମ ରହିଛି । ସମୟ ଆହୁରି କମାଇବାକୁ ଚେଷ୍ଟା ହେଉଛି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ । ଜିପିଆରଏସ ଟ୍ରାକିଙ୍ଗ ହେଉଛି, ଅବହେଳା ଅଭିଯୋଗରେ ତଦନ୍ତ ହେବ ।

ଅଧିକ ପଢନ୍ତୁ