୧୦ ଝିଅ ପରେ, ପୁଅକୁ ଜନ୍ମ ଦେଲେ ମହିଳା, ବାପା ଭୁଲିଗଲେ ଝିଅମାନଙ୍କ ନାଁ 

ହରିୟାଣାର ଜିନ୍ଦ ଜିଲ୍ଲାରୁ ଏକ ଖବର ଆସିଛି ଯାହା ପୁରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପୁଅ ପାଇଁ ଆଗ୍ରହୀ ଜଣେ ମହିଳା ୧୧ତମ ଥର ପାଇଁ ମାତୃତ୍ୱ ଲାଭ କରିଛନ୍ତି ଏବଂ ଏଥର ତାଙ୍କର ଇଚ୍ଛା ପୂରଣ ହେଲା । ଦଶଟି ଝିଅ ପରେ ପୁଅ ଜନ୍ମ ହେବା ପରିବାରରେ ଏତେ ଖୁସିର ମାହୋଲ ଥିଲା ଯେ ପୁରା ହସ୍ପିଟାଲକୁ ବେଲୁନରେ ସଜାଯାଇଥିଲା ଏବଂ ଏକ ଉତ୍ସବ ପରି ପାଳନ କରାଯାଇଥିଲା । ତେବେ ମହିଳାଙ୍କ ସ୍ୱାମୀ ସଞ୍ଜୟ, ଜଣେ ଦିନ ମଜୁରିଆ ଶ୍ରମିକ, ସେ ତାଙ୍କ ମନର ଭାବନାକୁ ବୁଝାଇ କହିଛନ୍ତି ଯେ ସେମାନଙ୍କର ବିବାହ ୧୯ ବର୍ଷ ହେଲାଣି, ଏବଂ ସେମାନଙ୍କ ବଡ଼ ଝିଅ ଦ୍ୱାଦଶ ଶ୍ରେଣୀରେ ପଢ଼େ । ଯେତେବେଳେ ହସ୍ପିଟାଲର ଜଣେ ମହିଳା ସାମ୍ବାଦିକ ତାଙ୍କୁ ତାଙ୍କର ଦଶ ଝିଅଙ୍କ ନାମ ପଚାରିଲେ, ସେ ଏତେ ମାତ୍ରାରେ ଖୁସି ଥିଲେ ଯେ ସେମାନଙ୍କ ମଧ୍ୟରୁ କିଛି ଝିଅଙ୍କ ନାଁ ଭୁଲିଗଲେ ।

ସଞ୍ଜୟ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ପୁଅର ଜନ୍ମରେ ସେ ଏତେ ଖୁସିରେ ବିଭୋର ହୋଇଯାଇଥିଲେ ଯେ ସେ ସେମାନଙ୍କ ନାମ ମଧ୍ୟ ମନେ ରଖିପାରିଲେ ନାହିଁ । ସେ ବୁଝାଇଲେ ଯେ ତାଙ୍କ ସ୍ତ୍ରୀଙ୍କୁ ପ୍ରସବ ପାଇଁ ହସ୍ପିଟାଲକୁ ନିଆଯାଇଥିବା ସମୟରେ ତାଙ୍କ ହୃଦୟ ବନ୍ଦ ହେଇଯାଇଥିଲା । ପୁଅର ଜନ୍ମ ଖବର ପାଇବା ପରେ ତାଙ୍କ ଆଖିରୁ ଲୁହ ଆସିଗଲା।। ସାକ୍ଷାତକାର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣାଟି ଲୋକଙ୍କୁ ଚକିତ କରିଛି ।ଓଜସ୍ ହସ୍ପିଟାଲରେ ତାଙ୍କର ଶିଶୁ ପୁତ୍ର ଜନ୍ମ ହୋଇଛି । ଡାକ୍ତର କହିଛନ୍ତି, ଗର୍ଭଧାରଣ ଓ ପ୍ରସବ ଉଭୟ ମା’ ଓ ନବଜାତକ ପାଇଁ ଅତ୍ୟନ୍ତ ବିପଦପୂର୍ଣ୍ଣ ଥିଲା । ଶିଶୁର ଶରୀରରେ ମାତ୍ର ୫ ଗ୍ରାମ୍ ରକ୍ତ ଥିଲା । ପ୍ରସବ ପରେ ମା’ ଓ ଶିଶୁ ଉଭୟ ଡାକ୍ତରଖାନାରେ ରହିଥିଲେ । ବ୍ୟକ୍ତିଙ୍କ ସାକ୍ଷାତକାର ଭିଡିଓ ଦେଖି ୟୁଜର୍ କ୍ରୋଧିତ ହୋଇଛନ୍ତି ଏବଂ ମା’ ଓ ଶିଶୁର ମଙ୍ଗଳ ପାଇଁ ଚିନ୍ତା ପ୍ରକଟ କରିଛନ୍ତି । ମାତା-ପିତାଙ୍କ ଦାୟିତ୍ୱ ଉପରେ ବି କିଛି ପ୍ରଶ୍ନ ଉଠାଇଛନ୍ତି ।

ଅଧିକ ପଢନ୍ତୁ