୧୦ ବିଭାଗର ୧୨ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ର ମୋହର

ସରିଲା କ୍ୟାବିନେଟ୍‌ ବୈଠକ। ଏହା ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇ କହିଛନ୍ତି, ୧୦ଟି ବିଭାଗର ୧୨ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଜଳସମ୍ପଦ ବିଭାଗର ଡାଇଭର୍ସନ ସିଷ୍ଟମ ପାଇଁ ୩୬୨ କୋଟି ମଞ୍ଜୁର ହୋଇଛି । ରାଜ୍ୟ ସମବାୟ ନୀତି – ୨୦୨୬କୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ଜଳସମ୍ପଦ ବିଭାଗର ଡାଇଭର୍ସନ ସିଷ୍ଟମ ପାଇଁ ୩୬୨ କୋଟି ମଞ୍ଜୁର ହୋଇଛି । ମାର୍ଚ୍ଚ ଯାଏଁ ସିଙ୍ଗାପୁର ଓ ଦୁବାଇକୁ ଜାରି ରହିବ ବିମାନ ଉଡାଣ । ପରବର୍ତ୍ତୀ ସମୟରେ ବିମାନ ଚାଲିବା ନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ । ଓଡିଶାରେ ନିର୍ମାଣ ହେବ ପ୍ରତିରକ୍ଷା ଓ ଏରୋସ୍ପେଶ୍ ସାମଗ୍ରୀ । କଲ୍ୟାଣୀ ଗ୍ରୁପ ତରଫରୁ ଇଣ୍ଟିଗ୍ରେଟେଡି ନ୍ୟୁ ଏଜ୍ ମାନ୍ୟୁଫାକ୍ଟର କମ୍ପେ୍ଲକ୍ସ ହେବ । ଢେଙ୍କାନାଳ ଗଜମରାରେ ୧୧ ଶହ ଏକର ଜମିରେ ନିର୍ମାଣ କରାଯିବ । ୧୭ ହଜାର ୨୫୦ କୋଟି ଟଙ୍କା ନିବେଶ ହେବ । ୨୦ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳିପାରିବ । ମିଳିତ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା ନିୟମାବଳୀ – ୨୦୨୨ର ସଂଶୋଧନ ହୋଇଛି । ଓଡିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ନିୟମାବଳୀ – ୨୦୨୬ ପ୍ରଣୟନ କରାଯାଇଛି । ଓଡିଶା ସୁପରିୟର ଜୁଡିସିଆଲ୍ ସର୍ଭିସ୍‌, ଜୁଡିସିଆଲ୍ ସର୍ଭିସ୍ ରୁଲ୍ସ ୨୦୦୭ ସଂଶୋଧନ ହୋଇଛି ।

ଅଧିକ ପଢନ୍ତୁ