କୋଭିସିଲ୍ଡରେ ପାର୍ଶ୍ବପ୍ରତିକ୍ରିୟା ନେଇ ବ୍ରିଟେନ୍ କୋର୍ଟରେ ଆଷ୍ଟ୍ରାଜେନେକା ସ୍ବୀକାର କରିବା ପରେ ଭାରତରେ ଭୟ ଦେଖା ଦେଇଛି । ଏହାରି ଭିତରେ ଏହାକୁ ନେଇ ଆଶ୍ବସ୍ତିକର ଖବର ଦେଇଛି ଆଇସିଏମଆର୍ । ଦି ଇଣ୍ଡିଆନ କାଉଁସିଲ୍ ଅପ୍ ମେଡିକାଲ ରିସର୍ଚ୍ଚର ଜଣେ ପୂର୍ବତନ ବୈଜ୍ଞାନିକ କୋଭିସିଲ୍ଡକୁ ନେଇ କୌଣସି ପ୍ରକାର ଭୟଭୀତ ହେବାର ନାହିଁ ବୋଲି କହିଛନ୍ତି । ଏଥିରେ ସାଇଡ୍ ଇଫେକ୍ଟ ବହୁତ କମ୍ ମାମଲାରେ ଦେଖାଯାଉଛି । କୋଭିସିଲ୍ଡ ନେଇଥିଲା ୧୦ ଲକ୍ଷ ଲୋକଙ୍କ ମଧ୍ୟରେ ମାତ୍ର ୭ରୁ ୮ ଜଣଙ୍କୁ ହାର୍ଟ ଆଟାକ୍, ବ୍ରେନ୍ ଷ୍ଟ୍ରୋକ୍, ରକ୍ତ ଜମାଟ ବାନ୍ଧି ଭଳି ସମସ୍ୟ ଦେଖା ଦେଇଥାଏ । ଏହି ପାର୍ଶ୍ବ ପ୍ରତିକ୍ରିୟାକୁ ଥ୍ରୋମ୍ବୋସିସ୍ ଥ୍ରୋମ୍ବୋସାଇଟୋପେନିଆ ସିଣ୍ଡ୍ରୋମ୍ କୁହାଯାଏ । ତେବେ ସୂଚନାମୁତାବକ କୋଭିଶିଲ୍ଡର ପାର୍ଶ୍ୱ ପ୍ରତିକ୍ରିୟାକୁ ନେଇ ବହୁ ସ୍ବାସ୍ଥ୍ୟ ବିଶେଷଜ୍ଞ ପ୍ରଶ୍ନ ଉଠାଇବା ସହ କମ୍ପାନୀ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ଅଷ୍ଟ୍ରାଜେନିକା ଏବଂ ଅକ୍ସଫୋର୍ଡ ୟୁନିଭର୍ସିଟି ଉକ୍ତ ଟିକାକୁ ବିକଶିତ କରିଥିବାବେଳେ ଭାରତର ସିରମ୍ ଇନ୍ଷ୍ଟିଚ୍ୟୁଟ୍ରେ ଏହା ଉତ୍ପାଦିତ ହୋଇଥିଲା।ଟିଟିଏସ୍ ପ୍ରଭାବରେ ଶରୀରରେ ରକ୍ତ ଜମାଟ ବାନ୍ଧିବା ସ୍ଥିତି ଉପୁଜିଥାଏ । ଏହାକୁ ‘ବ୍ଲଡ୍ କ୍ଲଟ୍’ କୁହାଯାଏ । ବ୍ଲଡ୍ କ୍ଲଟ୍ ଯୋଗୁ ମସ୍ତିଷ୍କାଘାତ ଓ ହୃଦ୍ଘାତ ଭଳି ଆଶଙ୍କା ବଢ଼ିଯାଏ । ଏହାବ୍ୟତୀତ ଏହି ସିଣ୍ଡ୍ରୋମ୍ ଶରୀରରେ ପ୍ଲେଟ୍ଲେଟ୍ସ କମିବାର କାରଣ ସାଜିପାରେ । ଏହି ପାର୍ଶ୍ବ ପ୍ରତିକ୍ରିୟାକୁ ଥ୍ରୋମ୍ବୋସିସ୍ ଥ୍ରୋମ୍ବୋସାଇଟୋପେନିଆ ସିଣ୍ଡ୍ରୋମ୍ କୁହାଯାଏ । ଆଇସିଏମଲ ପୂର୍ବ ବୈଜ୍ଞାନିକ ଡା ରମନ ଗାଙ୍ଗଖେଡକର କହିଛନ୍ତି, ଏହି ଭ୍ୟାକ୍ସିନରେ ଜୀବନ ପ୍ରତି କୌଣସି ବିପଦ ନାହିଁ ।
କୋଭିସିଲ୍ଡ ଟିକାରେ ପାର୍ଶ୍ବ ପ୍ରତିକ୍ରିୟା ଏକ ଅପବାଦ ଏବଂ ଏହା ଦୁର୍ଲଭ ଘଟଣା । ଡା ରମନ ଗାଙ୍ଗଖେଡକର କହିଥିଲେ, କୋଭିଡ୍ ପ୍ରଥମ ଡୋଜ୍ ସବୁଠୁ ବିପଦଜନକ । ଦ୍ବିତୀୟ ଡୋଜ୍ ବିପଦର ମାତ୍ରା କମିଯାଇଥାଏ । ଆଉ ତୃତୀୟ ଡୋଜରେ ନାକୁ ମାତ୍ର ବିପଦ ରହିଥାଏ ବୋଲି ଡା ରମନ କହିଛନ୍ତି । କୋଭିସିଲ୍ଡ ଟିକାରେ ପାର୍ଶ୍ବ ପ୍ରତିକ୍ରିୟା କେବଳ ପ୍ରଥମ ଡୋଜରେ ଦେଖାଯାଇଥାଏ । ପ୍ରଥମ ଡୋଜ୍ ଟିକା ନେବାର ଦୁଇରୁ ତିନି ମାସ ମଧ୍ୟରେ ଏହାର ପ୍ରବାହ ଥାଏ । ମାତ୍ର ଭ୍ୟାକ୍ସିନ ନେବାର ଗୋଟିଏ ବର୍ଷ ପରେ ଏହାର କୌଣସି ପାର୍ଶ୍ବ ପ୍ରତିକ୍ରିୟା ରହିନଥାଏ । ତେଣୁ ଏଥିରେ କିଛି ଭୟଭୀତ ହେବାର ନାହିଁ ବୋଲି କହିଛନ୍ତି ।