୧୦ ଲକ୍ଷ ପୁରସ୍କାର ଘୋଷିତ ୬ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ନିକଟରେ ୬ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏହି ଆତ୍ମସମର୍ପଣ କରିଥିବା ୬ଜଣ ମାଓବାଦୀଙ୍କ ମଧ୍ୟରୁ ୪ ମାଓବାଦୀ ଓ ଦୁଇ ପୁରୁଷ ମାଓବାଦୀ ଥିବା ବେଳେ ସମସ୍ତେ ବିଏସ୍‌ଏଫ୍‌ ୧୫ ବାହିନୀ କମାଣ୍ଡାଣ୍ଟ ନବଲ ସିଂ, ୫୩ ବାହିନୀ କମାଣ୍ଡାଣ୍ଟ ସଞ୍ଜୟ କୁମାରଙ୍କ ନିକଟରେ ଏହି ୬ ଜଣ ଆତ୍ମସମର୍ପଣ କରିଛନ୍ତି।ଆତ୍ମସମର୍ପଣ କରିଥିବା ୬ଜଣ ମାଓବାଦୀଙ୍କ ନାଁରେ ୧୦ ଲକ୍ଷ ପୁରସ୍କାର ରାଶି ଘୋଷଣା ହୋଇଥିଲା । ମାଓବାଦୀଙ୍କ ମଧ୍ୟରୁ ଧନାୟ ହଲାମି ନାଁରେ ୫ ଲକ୍ଷ ପୁରସ୍କାର ଘୋଷିତ ହୋଇଥିବାବେଳେ, ସୁକାୟ ଓରଫ ରୋଶନୀ ପୋୟାମ ନାଁରେ ୧ ଲକ୍ଷ ପୁରସ୍କାର ଘୋଷିତ ଥିଲା, ସେହିପରି ୧ ଲକ୍ଷ ପୁରସ୍କାର ଘୋଷିତ ଦଶମତୀ କେବାଚି, ୧ ଲକ୍ଷ ଇନାମୀ ଚେତରାମ ଉସେଣ୍ଡି ଓରଫ ରୁଷି, ୧ ଲକ୍ଷ ପୁରସ୍କାର ଘୋଷିତ ଗାଙ୍ଗୁ ପୋୟାମ, ଶାରୀ ଓରଫ ଗାଗରି କେବାଚୀ ନାଁରେ ୧ ଲକ୍ଷ ପୁରସ୍କାର ଘୋଷିତ ହୋଇଥିଲା ।ନାରାୟଣପୁର ପୋଲିସ ତରଫରୁ ସମସ୍ତଙ୍କୁ ୫୦ ହଜାର ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରିଛନ୍ତି।

ଅଧିକ ପଢନ୍ତୁ

kc ads