୧୧ଜିଲ୍ଲାରେ ୧୭ଟି ପ୍ରକଳ୍ପକୁ ମଞ୍ଜୁରୀ; ୧୦,୦୦୦ ନିଯୁକ୍ତି ହେବ ସୃଷ୍ଟି

ରାଜ୍ୟ ସରକାର ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ବୈଠକରେ ୧୧ ଜିଲ୍ଲାରେ ୧୭ଟି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ୩୮୭୮.୮୬ କୋଟିର ପୁଞ୍ଜି ନିବେଶକୁ ମଞ୍ଜୁରୀ ମିଳିଛି । ପ୍ଲାଷ୍ଟିକ, ଟେକ୍ସଟାଇଲ, ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜି ନିବେଶ ହେବ ।ଫଳରେ ୧୭ଟି ପ୍ରକଳ୍ପ ନିର୍ମାଣ ହେଲେ ୧୦ ହଜାର ୫୮୪ ନିଯୁକ୍ତି ସୃଷ୍ଟି ହେବ।ରାଜ୍ୟରେ କଳକାରଖାନା ଗଢ଼ି ଉଠିଲେ ଯୁବପିଢ଼ିଙ୍କୁ ରୋଜଗାର ମିଳିପାରିବ।  ବାହାର ରାଜ୍ୟକୁ ଯାଇ ସେଠାକାର ମାଲିକମାନଙ୍କ ଠାରୁ ଓଡ଼ିଆ ଯୁବକଯୁବତୀଙ୍କୁ ନିର୍ଯାତନାର ଶିକାର ହେବାକୁ ପଡ଼ିବ ନାହିଁ।

ଅଧିକ ପଢନ୍ତୁ

kc ads