ଓଡିଶା ଅଗ୍ନିଶମ ବିଭାଗ ପକ୍ଷରୁ ସଚେତନତା ସୃଷ୍ଟି ପାଇଁ ନିଆରା ପ୍ରୟାସ । ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀଙ୍କ ଉପସ୍ଥିତିରେ ଡେମୋ ପ୍ରଦର୍ଶନ ହୋଇଛି । ଲୋକଙ୍କ ଜୀବନ ବଞ୍ଚାଇବାର କୌଶଳ ଦେଖାଇଛନ୍ତି ଫାୟାର ଫାଇଟର । କେବଳ ନିଆଁ ଲିଭା ନୁହେଁ ଅନ୍ୟାନ୍ୟ କ୍ଷେତ୍ରର କାର୍ଯ୍ୟ ନେଇ ଡେମୋ ପ୍ରଦର୍ଶନ ହୋଇଛି । ସଡକ ଦୁର୍ଘଟଣାରେ ମୃତାହତଙ୍କୁ ଉଦ୍ଧାର କାର୍ଯ୍ୟର ଡେମୋ ପ୍ରଦର୍ଶନ କରାଯାଇଛି । କାର୍ ଉପରେ ଚଢିଯାଇଥିବା ଟ୍ୟାଙ୍କରରୁୁ ଆହତଙ୍କୁ ଉଦ୍ଧାର ବେଳର ଡେମୋ ଦିଆଯାଇଛି । ଏହି ଅବସରରେ ଅଗ୍ନିଶମ ଡିଜି ୧୧୨କୁ ଫୋନ କରି ଓଡ଼ିଶା ଅଗ୍ନିଶମ ବିଭାଗର ସେବା ନେବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ। ଏପରି କି ଫାଷ୍ଟ ଏଡ୍ ସମ୍ପର୍କରେ ଅବଗତ ହେବା ଜରୁରୀ ବୋଲି ଲୋକଙ୍କୁ କହିଥିଲେ।ରାଜ୍ୟରେ ସମସ୍ତ ବ୍ଲକ ସମେତ ୩୪୬ଟି ଅଗ୍ନିଶମ କେନ୍ଦ୍ର ରହିଛି। କେନ୍ଦ୍ରରେ ସମସ୍ତ ପ୍ରକାର ସରଞ୍ଜାମ ରହିଛି। ଅଗ୍ନିଶମ ବିଭାଗ ଲୋକଙ୍କ ସେବା ପାଇଁ ସର୍ବଦା ପ୍ରସ୍ତୁତ ରହିଛି ବୋଲି ଡିଜି ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି।
