ଓଡ଼ିଶାର ତ୍ରିସ୍ତରୀୟ ପଞ୍ଚାୟତ ରାଜ ଅନୁଷ୍ଠାନରେ ଖାଲି ପଡ଼ିଥିବା ୧୧୩୪ଟି ପଦବୀ ପୂରଣ ପାଇଁ ରାଜ୍ୟ ନିର୍ବାଚନ କମିଶନ ଉପନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିଛନ୍ତି।୫ ଜିଲ୍ଲା ପରିଷଦ ସଭ୍ୟ, ୪୧ ପଞ୍ଚାୟତ ସମିତି ସଭ୍ୟ, ୪୫ ସରପଞ୍ଚ, ୨୨ ୱାର୍ଡ ସଭ୍ୟ ପଦ ପାଇଁ ଉପ ନିର୍ବାଚନ ହେବାକୁ ନିଷ୍ପତ୍ତି ।ସଂରକ୍ଷିତ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ୭୭୧ ୱାର୍ଡରେ ନିର୍ବାଚନ ହୋଇ ନ ଥିଲା । ଏ ସବୁ ସଂରକ୍ଷିତ ବର୍ଗରେ ପ୍ରାର୍ଥୀ ନ ଥିବାରୁ ନିର୍ବାଚନ ବନ୍ଦ ଥିଲା ।ପରବର୍ତ୍ତୀ ପର୍ଯ୍ୟାୟରେ ୱାର୍ଡଗୁଡ଼ିକୁ ଅଣସଂରକ୍ଷିତ କରି ନିର୍ବାଚନ ହେବ । ଭାରତୀୟ ନିର୍ବାଚନ କମିଶନ ଦ୍ୱାରା ପ୍ରସ୍ତୁତ ହୋଇଥିବା ୱାର୍ଡ ଅନୁଯାୟୀ ଭୋଟର ତାଲିକାର ବିଭାଜନ ଆଗାମୀ ଏପ୍ରିଲ ୧୭ ଏବଂ ୨୨ ତାରିଖରେ କରାଯିବ। ୨୪ ଏପ୍ରିଲରେ ଗ୍ରାମପଞ୍ଚାୟତ ମୁଖ୍ୟାଳୟରେ ୱାର୍ଡ ଅନୁଯାୟୀ ପ୍ରାରମ୍ଭିକ ଭୋଟର ତାଲିକା ପ୍ରକାଶ ପାଇବ ।
