୧୨ରୁ +୨ ସ୍ପଟ୍‌ ନାମଲେଖା ପାଇଁ ଆବେଦନ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ +୨ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ଆସନ୍ତା ୧୦ ତାରିଖରେ ଶେଷ ହେବ। ନାମଲେଖା ସରିବା ପରେ ସ୍ପଟ୍‌(ତତ୍କାଳ) ନାମଲେଖା ଅନୁଷ୍ଠିତ ହେବ। ବୁଧବାର ଏସଂକ୍ରାନ୍ତରେ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଉଚ୍ଚମାଧ୍ୟମିକ ସ୍କୁଲ୍‌ (ଯୁକ୍ତ ଦୁଇ କଲେଜ) ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି । ଆସନ୍ତା ୧୨ ତାରିଖରେ ସ୍ପଟ ଆଡମିଶନ ପ୍ରକ୍ରିୟା ଆରମ୍ଭ ହେବ । ୧୨ ତାରିଖ ସକାଳ ୧୧ଟାରୁ ଚଏସ୍‌ ଲକିଂ ପାଇଁ ଛାତ୍ରଛାତ୍ରୀମାନେ ଲଗ୍‌ଇନ୍‌ କରିପାରିବେ। ଏଥିପାଇଁ ୨ ଦିନ ସମୟ ରହିଛି ।

୧୪ ତାରିଖ ପୂର୍ବାହ୍ଣ ୧୧ଟା ୪୫ରେ ଏହି ସମୟସୀମା ସରିଯିବ । ଆସନ୍ତା ୨୦ ତାରିଖରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ମେଧା ତାଲିକା ପ୍ରକାଶ ପାଇବ। ଯୋଗ୍ୟ ବିଦ୍ୟାର୍ଥୀ ଆଭାସି (ଅନ୍‌ଲାଇନ୍‌)ରେ ସାମ୍ସ ୱେବ୍‌ସାଇଟ୍‌ରୁ ଆମନ୍ତ୍ରଣପତ୍ର (ଇଣ୍ଟିମେସନ୍‌ ଲେଟର) ଡାଉନଲୋଡ୍‌ କରିପାରିବେ। ୨୨ରୁ ୨୮ ମଧ୍ୟରେ ନାମଲେଖା ସମ୍ପୃକ୍ତ ଶିକ୍ଷାନୁଷ୍ଠାନରେ ଅନୁଷ୍ଠିତ ହେବେ।ଏ ସମସ୍ତ ପ୍ରକ୍ରିୟା ଅନଲାଇନ୍‌ରେ ହେବ। ଛାତ୍ରଛାତ୍ରୀ ଗୋଟିଏ କିମ୍ବା ଅତିବେଶିରେ ୧୦ଟି କଲେଜ ବାଛିପାରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ଅଧିକ ପଢନ୍ତୁ

Odisha Darpan Digital