୧୨୦ ମିନିଟ୍‌ ଧରି ଚାଲିଲାନି ହାର୍ଟବିଟ୍‌, ନୂଆ ଟେକନିକ୍‌ ଦେଲା ନୂଆ ଜୀବନ

ଭୁବନେଶ୍ୱର ଏମ୍ସ ଡାକ୍ତଙ୍କୁ ମିଳିଛି ଐତିହାସିକ ସଫଳତା। ଡାକ୍ତରୀ ଉତ୍କର୍ଷତା ଏବଂ କାର୍ଯ୍ୟପ୍ରତି ସମର୍ପିତ ଭାବର ଏକ ଅଦ୍ଭୁତ ପ୍ରଦର୍ଶନରେ ଏମ୍ସ ଭୁବନେଶ୍ୱରରେ ଉତ୍ସର୍ଗୀକୃତ ଡାକ୍ତରୀ ଟିମ୍ ଉନ୍ନତ ଏକ୍ସଟ୍ରାକୋରୋରାଲ୍ କାର୍ଡିଓ-ପଲ୍ମୋନାରୀ ରିସ୍ୟୁସିଟେସନ୍ (eCPR) ପ୍ରଣାଳୀ ମାଧ୍ୟମରେ ୨୪ ବର୍ଷ ବୟସ୍କ ଯୁବକଙ୍କ ଜୀବନ ରକ୍ଷା କରି ଏକ ଚମତ୍କାର ସଫଳତା ହାସଲ କରିଛନ୍ତି।୨୪ ବର୍ଷୀୟ ଯୁବକ ଶୁଭକାନ୍ତ ସାହୁଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଏମସ୍‌ରେ ଭର୍ତ୍ତି କରାଯାଇଥିଲା । ଏମ୍ସରେ ପହଞ୍ଚିବାର ୨ ଘଣ୍ଟା ମଧ୍ୟରେ ତାଙ୍କର ହାର୍ଟ ଧିରେ ଧିରେ କାମ କରିବା ବନ୍ଦ କରିଦେଇଥିଲା । ଦୀର୍ଘ ୪୦ ମିନିଟ ପର୍ଯ୍ୟନ୍ତ ସିପିଆର ଦିଆଗଲା, ହେଲେ ସେଥିରେ କିଛି ସଫଳତା ମିଳିଲା ନାହିଁ । ସାଧାରଣତଃ ୨୦ ରୁ ୨୫ ମିନିଟ ଯଦି କାହାର କାର୍ଡିଆକ ଆରେଷ୍ଟ ହୁଏ ତେବେ ତାଙ୍କୁ ମୃତ ଘୋଷଣା କରିଥାନ୍ତି ଡାକ୍ତର। କିନ୍ତୁ ତାଙ୍କୁ ଇକମୋ ମେସିନ ଦ୍ବାରା ଇ-ସିପିଆର୍ ପ୍ରଦାନ କରାଗଲା ।

ପ୍ରାୟ ୨ ଘଣ୍ଟା ପରେ ଶୁଭକାନ୍ତଙ୍କ ହାର୍ଟ ପୁଣି କାର୍ଯ୍ୟ କରିବା ଆରମ୍ଭ କରିଥିଲା ।ପୁଅର ଜୀବନ ବଂଚିବା ପରେ ପୀଡିତଙ୍କର ମା ’ ଡାକ୍ତରୀ ଟିମକୁ ଗଭୀର କୃତଜ୍ଞତା ଜଣାଇ କହିଛନ୍ତି,“ ମୋ ପୁଅକୁ ଜୀବନରେ ଦ୍ୱିତୀୟ ସୁଯୋଗ ଦେଇଥିବାରୁ ମୋର ଧନ୍ୟବାଦ ଏମ୍ସ ଭୁବନେଶ୍ୱର ପାଇଁ ଯଥେଷ୍ଟ ହେବ ନାହିଁ। ସେମାନଙ୍କର ଦକ୍ଷତା, କରୁଣା ଏବଂ ନିଷ୍ଠା ଆମ ପରିବାର ପାଇଁ ଏକ ଚମତ୍କାର କାର୍ଯ୍ୟ କରିଛି। ”

ଅଧିକ ପଢନ୍ତୁ