୧୨ ଟଙ୍କାରୁ ୯୪ ଟଙ୍କା ବଢିଲା ଭୁବନେଶ୍ୱର ରେଲୱେ ଷ୍ଟେସନରେ ପାର୍କିଂ ଫି

ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍‌ସ୍ଥିତ ରେଳ ଷ୍ଟେଶନରେ ଗାଡ଼ି ପାର୍କିଂ ଏବେ ମହଙ୍ଗା ହୋଇଛି। ପାର୍କିଂ ଫି’ ୮ଗୁଣା ବୃଦ୍ଧି କରାଯାଇଛି। ପାର୍କିଂ ଫି’ରେ ହଠାତ୍‌ ବୃଦ୍ଧିକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ରଜ ଛୁଟିଦିନରେ ପାର୍କିଂ ସ୍ଥାନରେ ସେମାନଙ୍କର ବାଇକ୍ ଛାଡି ଆସିଥିବା ଯାତ୍ରୀମାନେ ଫେରିବା ପରେ ଏକ ବଡ ଆଘାତର ଶିକାର ହୋଇଥିବା ସୂଚନା ମିଳିଛି।ଏଠାରୁ ପ୍ରତିଦିନ ହଜାର ହଜାର ଲୋକ ଟ୍ରେନ୍‌ରେ ଯିବାଆସିବା କରିଥାନ୍ତି। ଅନେକ ଯାତ୍ରୀ ନିଜ ୨ ଚକିଆ ଯାନ ଓ ସାଇକେଲ ପାର୍କିଂ ସ୍ଥଳରେ ରଖିଥାନ୍ତି। ଏଥିସହ ସ୍ଥାନୀୟ ମାର୍କେଟକୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ଲୋକମାନେ ମଧ୍ୟ ଏଠାରେ ଗାଡ଼ି ପାର୍କିଂ କରିବାକୁ ସୁବିଧା ମନେକରନ୍ତି। ମାତ୍ର ଏହି ପାର୍କିଂସ୍ଥଳର ପରିଚାଳନା ଦାୟିତ୍ୱ ଠିକା ସଂସ୍ଥା ଦ୍ୱାରା କରାଯାଇଥାଏ। ପ୍ରତିଦିନ ୧୦୦୦ରୁ ୧୫୦୦ ସାଇକେଲ ଓ ମୋଟର ସାଇକେଲ ଏଠାରେ ରହୁଥିବାବେଳେ ହଠାତ୍‌ ପାର୍କିଂ ଦେୟ ବୃଦ୍ଧି ଲୋକଙ୍କ ହୋସ୍‌ ଉଡ଼ାଇଦେଇଛି। ଜୁନ୍‌ ୧୨ରୁ ନୂଆ ଠିକା ସଂସ୍ଥା ଡିଆଣ୍ଡ୍‌ଏସ୍‌ ଆସୋସିଏଟ୍ସ ହାତକୁ ରେଲ୍‌ଓ୍ବେ ପାର୍କିଂ ପରିଚାଳନା ଦାୟିତ୍ୱ ଯାଇଥିବାବେଳେ ଘଣ୍ଟା ପ୍ରତି ହାରରେ ପାର୍କିଂ ଫି’ ଆଦାୟ କରାଯାଉଛି। ପୂର୍ବରୁ ମୋଟର ସାଇକେଲ ପିଛା ଦିନକୁ(୨୪ଘଣ୍ଟା) ପାର୍କିଂ ଫି’ ୧୨ ଟଙ୍କା ଆଦାୟ କରାଯାଉଥିବାବେଳେ ବର୍ତ୍ତମାନ ୨ ଘଣ୍ଟାକୁ ୧୨ ଟଙ୍କା, ୨ରୁ ୬ ଘଣ୍ଟା ପାଇଁ ୨୪ ଟଙ୍କା, ୬ରୁ ୧୨ ଘଣ୍ଟା ପାଇଁ ୩୬ଟଙ୍କା, ୧୨ରୁ ୨୪ ଘଣ୍ଟା ପାଇଁ ୪୭ ଟଙ୍କା ଏବଂ ୨୪ ଘଣ୍ଟାରୁ ଅଧିକ ସମୟ ରଖିଲେ ଦିନ ପିଛା ୯୪ ଟଙ୍କା ଦେୟ ଦେବାକୁ ପଡ଼ୁଛି।ଜୁନ୍ 13 ରୁ, କାର୍ଯ୍ୟଗୁଡ଼ିକ D&S ଆସୋସିଏଟ୍ସଙ୍କୁ ହସ୍ତାନ୍ତର କରାଯାଇଥିଲା, ଯେଉଁମାନେ ତୁରନ୍ତ ନୂତନ ଦର ଲାଗୁ କରିଥିଲେ। ତଥାପି, କୌଣସି ସରକାରୀ ସାର୍ବଜନୀନ ବିଜ୍ଞପ୍ତି କିମ୍ବା ବୃଦ୍ଧି ସୂଚକ ସ୍ପଷ୍ଟ ସାଇନେଜ୍ ନଥିଲା, ଯାହା ଫଳରେ ଅନେକ ଅଜାଣତରେ ସେମାନଙ୍କର ଯାନବାହାନ ପାର୍କିଂ କରିଥିଲେ ଏବଂ ପରେ ଏହାର ଶିକାର ହୋଇଥିଲେ।

ଅଧିକ ପଢନ୍ତୁ

kc ads