୧୨ ତାରିଖ ପରେ ଉତ୍ତର ଓଡ଼ିଶା ତାତିବ ।

ମାର୍ଚ୍ଚ ଆରମ୍ଭରୁ ହିଁ ସୂର୍ଯ୍ୟଙ୍କ କୋପ ବଢ଼ିଲାଣି । ପାଣିପାଗ ପୂର୍ବାନୁମାନ କହୁଛି, ଆଗକୁ ଆହୁରି ବଢ଼ିବ । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ୍‌ ଟପିବ । ୧୨ ତାରିଖ ପରେ ଉତ୍ତର ଓଡ଼ିଶା ତାତିବ ।
ସୂଚନାଯୋଗ୍ୟ, ଗତକାଲି ସବୁଠୁ ଉତ୍ତପ୍ତ ସହର ଭାବେ ରେକର୍ଡ ହୋଇଥିଲା ଟିଟିଲାଗଡ଼ । ଟିଟିଲାଗଡ଼ରେ ୩୮.୫ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ କରାଯାଇଥିଲା । ସେହିପରି ଝାରସୁଗୁଡ଼ାରେ ତାପମାତ୍ରା ୩୮.୨ ଡିଗ୍ରୀ ସେଲସିଅସ ରେକର୍ଡ ହୋଇଥିବା ବେଳେ ବଲାଙ୍ଗିରରେ ପାରଦ ମଧ୍ୟ ୩୮ ଡିଗ୍ରୀ ଛୁଇଁଛି । ଏଥିସହ ୧୧ଟି ସହରରେ ୩୭ ଟିପିଛି ପାରଦ ।

ମାର୍ଚ୍ଚ ଓ ଏପ୍ରିଲ ମାସରେ ତାପମାତ୍ରା ଅଧିକ ରହିବା ସହ ଲମ୍ବା ସମୟ ଧରି ଜାରି ରହିବ ଗ୍ରୀଷ୍ମ ପ୍ରବାହ । ମେ‘ ମାସ ଯାଏଁ ସ୍ବାଭାବିକଠୁ ଅଧିକ ତାପମାତ୍ରା ଲାଗି ରହିବ । ଆଗକୁ ସ୍ଥିତି ଅସମ୍ଭାଳ ହେବ । ଦିନ ସହ ରାତିରେ ମଧ୍ୟ ଗରମରୁ ମିଳିବନି ତ୍ରାହି । ମାର୍ଚ୍ଚରେ ମଧ୍ୟ ଅନେକ ସ୍ଥାନରେ ଗ୍ରୀଷ୍ମ ଲହରୀ ସ୍ଥିତି ଆଶଙ୍କା ରହିଛି ବୋଲି ଆଶଂକା କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ।

ଅଧିକ ପଢନ୍ତୁ