କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ବାରା ପରିଚାଳିତ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷା ଫଳ ମେ’ ୧୩ରେ ପ୍ରକାଶ ପାଇବା ସମ୍ଭାବନା ରହିିଛି।ଚଳିତବର୍ଷ ଗତବର୍ଷ ତୁଳନାରେ ଜଲଦି ରେଜଲ୍ଟ ପ୍ରକାଶିତ ହୋଇପାରେ ବୋଲି ଖବର ମିଳିଛି । ଗତବର୍ଷ ସିବିଏସଇ ରେଜଲ୍ଟ ୧୩ ମଇରେ ପ୍ରକାଶିତ ହୋଇଥିଲା ।
ପରୀକ୍ଷା ଫଳ ପାଇଁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ତରଫରୁ କୌଣସି ଘୋଷଣା କରାଯାଇନାହିଁ । ରେଜଲ୍ଟ ଜାରି ହେବା ପରେ ଛାତ୍ରଛାତ୍ରୀ ଅଫିସିଆଲ ୱେବସାଇଟ cbseresults.nic.in କୁ ଯାଇ ଡାଉନଲୋଡ୍ କରିପାରିବେ ।ସୂଚନାଯୋଗ୍ୟ, ଶିକ୍ଷାବର୍ଷ ୨୦୨୪-୨୫ରେ ଦଶମ ଓ ଦ୍ବାଦଶରେ ମୋଟ ୪୨ଲକ୍ଷ ବିଦ୍ୟାର୍ଥୀଙ୍କ ପାଇଁ ୨୬ ଦେଶରେ ୭୮୪୨ଟି ପରୀକ୍ଷା କେନ୍ଦ୍ର କରାଯାଇ ଥିଲା। ଉଭୟ ଶ୍ରେଣୀର ଛାତ୍ରଛାତ୍ରୀ ଡିଜିଲକ୍ରରେ ମାର୍କସିଟ୍, ସାର୍ଟିଫକେଟ୍ ଏବଂ ମାଇଗ୍ରେସନ ସାର୍ଟିଫିକେଟ ରଖି ପାରିବେ। କୌଣସି ସ୍ଥାନରେ ସାର୍ଟିଫିକେଟ ଆବଶ୍ୟକ ପଡିଲେ ଛାତ୍ରଛାତ୍ରୀ ସିଧାସଳଖ ଭାବେ ଡିଜିଲକରରୁ ତାଙ୍କ ସାର୍ଟିଫିକେଟ ଡାଉନଲୋଡ କରିପାରିବେ।