୧୪୪୩ ବେଆଇନ ଭାଟିରେ ଚାଲିଲା ବୁଲଡୋଜର

ବେଆଇନ ମଦ କାରବାର ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ଅଗଷ୍ଟ ମାସ ୨୦ ତାରିଖରୁ ଆରମ୍ଭ ହୋଇଥିବା ଚଢ଼ାଉ ଅଭିଯାନ ଆଜିବି ଜାରି ରହିଛି। ଦୀର୍ଘ ୧୫ ଦିନ ଧରି ଚାଲିଥିବା ଏହି ଚଢ଼ାଉ ସମଗ୍ର ରାଜ୍ୟରେ ଦୀର୍ଘତମ ତଥା ସର୍ବବୃହତ ଚଢ଼ାଉ ଅଭିଯାନ ବୋଲି ବିବେଚନା କରାଯାଉଛି। ବେଆଇନ ମଦ କାରବାର ନେଇ ରାଜ୍ୟସରକାର କଡା ଆଭିମୁଖ୍ୟ ରହିଛି । ବେଆଇନ ମଦ ଭାଟି ଓ ବିକ୍ରୟ କେନ୍ଦ୍ରଗୁଡିକୁ ଅବକାରୀ ବିଭାଗର ବିଭିନ୍ନ ଟିମ୍ ପକ୍ଷରୁ ଖୋଜି ବାହାର କରି ସମ୍ପୂର୍ଣ୍ଣ ରୂପେ ଭଙ୍ଗା ଯାଉଛି।

ଏହି କ୍ରମରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୪୪୩ଟି ବେଆଇନ ମଦ ଭାଟି ଉପରେ ବୁଲଡୋଜର ଚାଲିବା ସହ ନଷ୍ଟ କରାଯାଇଛି। ଏଥିମଧ୍ୟରୁ କେବଳ ରାଜଧାନୀ ଭୁବନେଶ୍ବରରେ ୫୧ଟି ବେଆଇନ ମଦ ଭାଟିକୁ ନଷ୍ଟ କରାଯାଇଛି ।ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ବେଆଇନ ମଦ କାରବାର ନେଇ ୩୬୧୮ଟି ମାମଲା ରୁଜୁ ହେବା ସହିତ ୧୫୧୯ ସ୍ଥାନରେ ଚଢ଼ାଉ କରାଯାଇ ୧୯୫୭ ଜଣକୁ ଗିରଫ କରାଯାଇଛିI

ଏହି କ୍ରମରେ ୧ ଲକ୍ଷ ୮୩ ହଜାର ୬୬୯ ଲିଟର ବେଆଇନ ମଦ ଏବଂ ୧୭ ଲକ୍ଷ ୨୬ ହଜାର ୫୦୯ କେଜି ପ୍ରସ୍ତୁତି ସାମଗ୍ରୀ ଜବତ ହୋଇଛିI ଏଥି ସହ ବେଆଇନ କାର୍ଯ୍ୟରେ ବ୍ୟବହୃତ ୧୮୩ ଟି ଗାଡିକୁ ମଧ୍ୟ ଅବକାରୀ ବିଭାଗ ପକ୍ଷରୁ ଜବତ ହୋଇଛି I ଏହି ଚଢ଼ାଉ ସମ୍ପର୍କରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି ।

ଅଧିକ ପଢନ୍ତୁ